ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନାର ତୃତୀୟସ୍ତର ଆରମ୍ଭ ହୋଇଯାଇଛି ବୋଲି କେତେକ କ୍ଷେତ୍ରରେ ଆଲୋଚନା ହେଉଛି।

Advertisment

ଏହାକୁ ନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିଛନ୍ତି | କରୋନାର ତୃତୀୟସ୍ତର ଆରମ୍ଭକୁ ଅସ୍ୱୀକାର କରିବା ସହିତ ଡାକ୍ତର ଗୁଲେରିଆ କହିଛନ୍ତି, ଦେଶରେ କରୋନା ସେଇ ଦ୍ବିତୀୟ ସ୍ତରରେ ରହିଛି। କିନ୍ତୁ ସଂକ୍ରମଣ ବୃଦ୍ଧି ପାଇଯାଇଛି। ଏହା ପଛରେ କାରଣ ହେଉଛି, ଲୋମାନେ ଯେତିକି ସତର୍କତା ଅବଲମ୍ବନ କରିବା କଥା ସେତିକି କରୁ ନାହାନ୍ତି। ସାମାଜିକ ଦୂରତା ଠିକ୍ ଭାବରେ ପାଳନ କରୁ ନ ଥିବା ‌ବେଳେ ମାସ୍କ ମଧ୍ୟ ବ୍ୟବହାର କରୁ ନାହାନ୍ତି।

Covid vaccine may be available in India by January 2021, but with challenges: AIIMS Director Randeep Guleria - India News

ପାଣିପାଗ ପରିବର୍ତ୍ତନ ଓ ପ୍ରଦୂଷଣ ବୃଦ୍ଧି ପାଉଥିବା କରୋନା ସଂକ୍ରମଣର ଅନ୍ୟ ଏକ କାରଣ ହୋଇପାରେ। ପ୍ରଦୂଷଣ କାରଣରୁ କରୋନା ଭାଇରସ ଅଧିକ ସମୟ ବାୟୁରେ ଜୀବିତ ରହୁଛି। କରୋନା ସଂକ୍ରମଣ ଏଯାବତ ହ୍ରାସ ପାଇ ନାହିଁ।

ୟୁରୋପ ଏବଂ ଅନ୍ୟାନ୍ୟ ଦେଶର ଉଦାହରଣ ଦେଇ ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ସାମଜିକ ଦୂରତା ଅବଲମ୍ବନ କରିବା ସହିତ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧନ୍ତୁ। ଯୁବକମାନେ ଏହି ଭାଇରସ ପ୍ରତି ଅସାବଧାନ ହେଉଛନ୍ତି। ସେମାନେ ଏହି ଭାଇରସକୁ ସାମାନ୍ୟ ସଂକ୍ରମଣ ଭାବି କିଛି ହେବ ନାହିଁ ବୋଲି ଭାବୁଛନ୍ତି। ଏହି ଧାରଣା କିନ୍ତୁ ଭୁଲ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।