ଲଣ୍ଡନ : ୟୁରୋପରେ କରୋନା ସ୍ଥିତି ପୁଣି ଜଟିଳ ରୂପ ଧାରଣ କଲାଣି। ୟୁରୋପ ପୁଣି ଗତ ମାର୍ଚ୍ଚ ମାସର ସ୍ଥିତିକୁ ଫେରୁଛି ବୋଲି ୟୁରୋପୀୟ ରୋଗ ନିରୋଧ ଓ ନିୟନ୍ତ୍ରଣ କେନ୍ଦ୍ର (ଇସିଡିସି)ର ନିର୍ଦ୍ଦେଶକ ଏ. ଆମନ୍ କହିଛନ୍ତି। ମାର୍ଚ୍ଚ ମାସରେ ୟୁରୋପରେ ଯେମିତି ଅନିୟନ୍ତ୍ରିତ ଭାବେ କରୋନା ଭୂତାଣୁ ବ୍ୟାପୁଥିଲା, ବର୍ତ୍ତମାନ ସେ ପରିସ୍ଥିତି ପୁଣି ଦେଖା ଦେଇଛି। ବର୍ତ୍ତମାନ ୟୁରୋପରେ ପ୍ରତି ୧ ଲକ୍ଷରେ ୪୬ ଜଣ ସଂକ୍ରମଣ ହେଉଛନ୍ତି ବୋଲି ଆମନ୍ କହିଛନ୍ତି। ଗତ ମାର୍ଚ୍ଚ ମାସରେ ୟୁରୋପରେ ପ୍ରାୟ ଏହି ହାରରେ ସଂକ୍ରମଣ ବଢ଼ୁଥିଲା। କିନ୍ତୁ ମାର୍ଚ୍ଚ ମାସ ପରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିଲା। ସଂକ୍ରମଣ ହାର ହ୍ରାସ ପାଇ ୧ ଲକ୍ଷରେ ୧୫ ଜଣକୁ ଖସିଆସିଥିଲା। ମାତ୍ର ଏବେ ଏହା ପୁଣି ବଢ଼ିବାରେ ଲାଗିଛି ବୋଲି ଆମନ୍ କହିଛନ୍ତି। ୟୁରୋପରେ ଶିକ୍ଷାନୁଷ୍ଠାନ ନଖୋଲିବା ସପକ୍ଷରେ ମତ ରଖିଛନ୍ତି। ୟୁରୋପରେ କରୋନା ସ୍ଥିତି ଏବେ ବିପଦଜନକ ସ୍ଥିତିରେ ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ଏଥିନେଇ ସଚେତନ ରହିବା ଉଚିତ୍ ବୋଲି ସେ କହିଛନ୍ତି।
ୟୁରୋପରେ କରୋନା ସ୍ଥିତି ବିଗୁଡୁଛି
ଏବେ ୧ ଲକ୍ଷରେ ୪୫ ସଂକ୍ରମିତ ହେଉଛନ୍ତି, କିଛିଦିନ ତଳେ ସଂକ୍ରମଣ ୧୫କୁ କମିଥିଲା
/sambad/media/post_attachments/wp-content/uploads/2020/09/Coranavirus1-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)