ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯେଉଁଭଳି ଭାବରେ ଏହା ବ୍ୟାପିବାରେ ଲାଗିଛି, ତାକୁ ଆଖି ଆଗରେ ରଖି ଏବେ ସମସ୍ତଙ୍କ ମନରେ ସଂକ୍ରମଣର ଭୟ ଦେଖିବାକୁ ମିଳୁଛି। ଯାହା ପାଇଁ ଚୀନରେ ଲୋକେ ଘରୁ କମ ବାହାରିବା ସହ ମୁହଁରେ ମାସ୍କ ଲଗାଇ ବାହାରକୁ ବାହାରୁଥିବା ଦେଖାଯାଉଛି। ତେବେ ଚୀନରେ କରୋନା ଭାଇରସର ଭୟ ଏବେ ଚୀନ୍‌ବାସୀଙ୍କୁ ବଡ଼ ଭୁଲ କରିବାକୁ ବାଧ୍ୟ କରିଛି। ଘରେ ଥିବା ପାଳିତ କୁକୁର ଓ ବିଲେଇଠାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଭାବି ଚୀନବାସୀ ନିଜ ପାଳିତ ପଶୁମାନଙ୍କୁ ମାରି ଦେଉଥିବା ଜଣା ପଡ଼ିଛି। ଘର ବାହାରକୁ ବାହାରିବାର ଅନୁମତି ନଥିବାରୁ ଲୋକେ ନିଜ ବାଲକୋନିରୁ କୁକୁର ଓ ବିଲେଇକୁ ତଳକୁ ଫିଙ୍ଗି ଦେଉଛନ୍ତି। ଯାହାଦ୍ବାରା ସେମାନଙ୍କ ମୃତ୍ୟୁ ଘଟୁଛି।

Advertisment

ଏଭଳି ଖବର ରାସ୍ତାରେ ପଡ଼ିଥିବା ବିଲେଇମାନଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି। ଚୀନର ସାଂଘାଇ ସହର ଓ ନିୟାନଜିନ୍ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ଗଳିରେ ବିଲେଇ ଓ କୁକୁରମାନଙ୍କର ମୃତଦେହ ପଡ଼ିଥିବାର ଦେଖାଯାଇଥିବା ବେଳେ ସଂକ୍ରମଣ ଭୟରେ ଲୋକେ ଏଭଳି କରୁଥିବା ସାମ୍ନାକୁ ଆସିଛି।

publive-image aajtak.intoday.in

ତେବେ ଚୀନରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କି, ରାସ୍ତାରେ ଚାଲୁଥିବା ସମୟରେ ଲୋକେ ଟଳି ପଡ଼ୁଛନ୍ତି। ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଭାଇରସର ମୂଳପୋଛ ପାଇଁ ଲାଗି ପଡ଼ିଛନ୍ତି ଚୀନ୍ ସରକାର।