ବେଜିଂ: ଚୀନ୍‌ରେ କରୋନା ଭାଇରସ୍‌ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବିଶ୍ବବ୍ୟାପୀ ପ୍ରାୟ ୩୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ୍‌ ବାଦୁଡ଼ି, ସାପ ଏବଂ ବଜ୍ରକାପ୍ତା ଦ୍ବାରା ମଣିଷ ଶରୀରକୁ ଯାଇଥିବା ସ‌ନ୍ଦେହ କରାଯାଉଥିବା ବେଳେ ଏବେ ଚୀନ୍‌ର ସି ଫୁଡ୍‌ (ସାମୁଦ୍ରିକ ଖାଦ୍ୟ) ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ସି ଫୁଡ୍‌ ଭାଇରସ୍‌ ବ୍ୟାପିବାର ଅନ୍ୟତମ କାରଣ ବୋଲି କେତେକ ଗବେଷଣା ସଂସ୍ଥା ଦର୍ଶାଇବା ପରେ ଚୀନ୍‌ ସରକାର ଏହାର ଆମଦାନି-ରପ୍ତାନି ବନ୍ଦ କରିଛନ୍ତି। ଏ ଦିଗରେ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କେତେକ ରାଷ୍ଟ୍ର ୩ ଦିନ ତଳୁ ଚୀନ୍‌ରୁ ସି ଫୁଡ୍‌ ଆମଦାନି ଉପରେ କଠୋର କଟକଣା ଲଗାଇଛନ୍ତି। ଚୀନ୍‌ ମଧ୍ୟ ଅଷ୍ଟ୍ରେଲିଆରୁ ଆସୁଥିବା ସି ଫୁଡ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି। ଚୀନ୍‌ରେ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ସମେତ ପ୍ରାୟ ୩୦ରୁ ଅଧିକ ସହରରେ ସି ଫୁଡ୍‌ ବଜାର ବନ୍ଦ କରାଯାଇଛି। ଏହା ଦ୍ବାରା ସାମୁଦ୍ରିକ ଖାଦ୍ୟ ବଜାର ଚୀନ୍‌ରେ ଠପ୍‌ ହୋଇଯାଇଛି।

Advertisment