କରୋନା ଗବେଷଣା: ‘ଏ’ ବ୍ଲଡ୍‌ଗ୍ରୁପ୍‌ ଧାରୀଙ୍କ ପାଇଁ କରୋନା ଅତ୍ୟନ୍ତ ସମ୍ବେଦନଶୀଳ; ‘ଓ’ ଗ୍ରୁପ୍‌ଧାରୀଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ଅଧିକ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ବୋଲି ବିବେଚିତ ହେଉଥିବା ଚୀନ୍‌ର ଉହାନ୍‌ରେ ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅବସ୍ଥାକୁ ଆସିଗଲାଣି। ତଥାପି, ସେଠାରେ ଡାକ୍ତର ଓ ଗବେଷକମାନଙ୍କ ପକ୍ଷରୁ କରୋନା ଭାଇରସ୍‌କୁ ନେଇ ଆରମ୍ଭ ହୋଇଥିବା ଗବେଷଣା କାର୍ଯ୍ୟ ଏବେ ବି ଅବ୍ୟାହତ ରହିଛି।

ଏହି ଗବେଷଣାରୁ ଚୀନ୍‌ର ଡାକ୍ତର ଓ ଗବେଷକମାନ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆବିଷ୍କାର କଲାପରେ, ଏବେ ଏହାକୁ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। କରୋନା ଉପରେ ଗବେଷଣା ଚଳାଇଥିବା ଚୀନ୍‌ର ଗବେଷକମାନେ ସେମାନଙ୍କ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଯେଉଁ ବ୍ୟକ୍ତି ବିଶେଷମାନଙ୍କର ବ୍ଲଡ୍‌ ଗ୍ରୁପ୍‌ ‘ଏ’, ସେମାନେ କରୋନା ଭୂତାଣୁ ପାଇଁ ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ। ‘ଏ’ ଗ୍ରୁପ୍‌ର ବ୍ୟକ୍ତିବିଶେଷଙ୍କୁ କରୋନା ଖୁବ୍‌ ଶୀଘ୍ର ଆକ୍ରାନ୍ତ କରିଥାଏ ଓ ସେମାନଙ୍କ ଶରୀରରେ କରୋନା ଭୂତାଣୁର ସମସ୍ତ ମାରାତ୍ମକ ଲକ୍ଷଣ ଅଧିକ ମାରାତ୍ମକ ରୂପରେ ଖୁବ୍‌ ଶୀଘ୍ର ଦେଖା ଦେଇଥାଏ।

Global Times

ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତି ବିଶେଷମାନଙ୍କର ବ୍ଲଡ୍‌ ଗ୍ରୁପ୍‌ ‘ଓ’, ସେମାନେ କରୋନା ଭୂତାଣୁ ପାଇଁ ଏତେଟା ସମ୍ବେଦନଶୀଳ ବା ସ୍ପର୍ଶକାତର ନୁହନ୍ତି। ସେମାନଙ୍କୁ କରୋନା ଭୂତାଣୁ ସହଜରେ ଆକ୍ରାନ୍ତ କରିପାରେ ନାହିଁ। ‘ଓ’ ଗ୍ରୁ୍ରୁପ୍‌ ଧାରୀ ବ୍ୟକ୍ତିବିଶେଷଙ୍କ ନିକଟରେ କରୋନା ଭାଇରସ୍‌କୁ ପ୍ରତିରୋଧ କରିବାର ଶକ୍ତି ଅଧିକ ମାତ୍ରାରେ ରହିଥାଏ। ‘ଓ’ ଗ୍ରୁ୍ପ ଧାରୀ ବ୍ୟକ୍ତିବିଶେଷମାନଙ୍କୁ କରୋନା ଭାଇରସ୍‌ ସହଜରେ ଆକ୍ରାନ୍ତ କରିପାରି ନ ଥାଏ। ଆଉ ଯଦିବା ‘ଓ’ ବ୍ଲଡ୍‌ ଗ୍ରୁପ୍‌ଧାରୀ ବ୍ୟକ୍ତି କରୋନା ଭାଇରସ୍‌ ଦ୍ୱାରା ଆକ୍ତାନ୍ତ ହୁଅନ୍ତି ତେବେ ସେମାନଙ୍କ ଶରୀରରେ ରହିଥିବା ପ୍ରତିରୋଧକ ଶକ୍ତି ପାଇଁ ସେମାନଙ୍କ ଶରୀରରେ କରୋନା ଭୂତାଣୁର ସମସ୍ତ ମାରାତ୍ମକ ଲକ୍ଷଣ ଅଧିକ ମାରାତ୍ମକ ରୂପରେ ଦେଖା ଦେଇ ନ ଥାଏ।

News Nation

କରୋନାରେ ସର୍ବାଧିକ ଆକ୍ରାନ୍ତ ଉହାନ୍‌ ଓ ସେହେନ୍‌ଝେନ୍‌ର ୨୦୦୦ କରୋନା ଆକ୍ତାନ୍ତଙ୍କ ଶରୀରରେ ଗବେଷଣା କଲା ପରେ ଏହି ତଥ୍ୟ ପଦାକୁ ଆସିଛି।

ସମ୍ବନ୍ଧିତ ଖବର