ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ଭୂତାଣୁ ସଂକ୍ରମଣ । କେବଳ ମହାରାଷ୍ଟ୍ରରୁ ୨୧ ଜଣ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ମଧ୍ୟ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ ବି ୧.୬୧୭.୨ ରୂପ ବଦଳାଇ ଡେଲଟା ପ୍ଲସ ବା ଏଓୱାଇ -୧ ପ୍ରଜାତି ସୃଷ୍ଟି ହୋଇଛି । ଏହି ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣର ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ଏହି ପ୍ରଜାତିର ଭୂତାଣୁ ୟୁରୋପରେ ଦେଖା ଦେଇଥିଲା । ମାତ୍ର ଜୁନ୍ ୧୩ରେ ଏହି ଭୂତାଣୁ ନେଇ ସୂଚନା ମିଳିଥିଲା । ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଡେଲଟା ପ୍ଲସ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Untitled-41.jpg)