ବେଜିଙ୍ଗ୍: ‘ଅଭିନବ କରୋନାଭାଇରସ୍’ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚୀନ୍ରେ ଏ ପର୍ଯ୍ୟନ୍ତ ୪୯୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଆହୁରି ୨୪୩୦୦ ଜଣ ଚିକିତ୍ସାଧୀନ ଥିବା କଥା ବୁଧବାର ଦିନ ଚୀନ୍ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି।
ଫିଲିପ୍ପିନ୍ସ୍ ଏବଂ ହଙ୍ଗ୍ କଙ୍ଗ୍ରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁକୁ ମିଶାଇ ବୁଧବାର ସକାଳ ସୁଦ୍ଧା କରୋନାଭାଇରସ୍ରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ ୪୯୨ଜଣଙ୍କ ମୃତ୍ୟୁ ଘଟିଥିବା ଆକଳନ କରାଯାଇଛି।
ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିସନ୍ ବୁଧବାର ଦିନ କହିଛି ଯେ ଫେବ୍ରୁଆରି ୪ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ସମଗ୍ର ଚୀନ୍ରେ ୨୪, ୩୨୪ଜଣ ବ୍ୟକ୍ତି କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।
୪୯୦ ମୃତବ୍ୟକ୍ତିଙ୍କ ମଧ୍ୟରୁ କେବଳ ହୁବେଇ ପ୍ରଦେଶରେ ୪୭୯ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍ର କେନ୍ଦ୍ରାଞ୍ଚଳରେ ଥିବା ଏହି ପ୍ରଦେଶର ଅନ୍ୟୂନ ୧୫ଟି ସହରର ବାସିନ୍ଦାମାନଙ୍କୁ କଠୋର କଟକଣା ମଧ୍ୟରେ ରଖାଯାଇଛି। ଏହି ସହରମାନଙ୍କୁ ଯିବା ଓ ବାହାରକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି।
Image Source: CNNମଙ୍ଗଳବାର ଦିନ ହୁବେଇରେ ଆଉ ୬୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
ଅଭିନବ କରୋନାଭାଇରସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୮୯୨ଜଣ ସୁସ୍ଥ ହୋଇ ଡାକ୍ତରଖାନାମାନଙ୍କରୁ ଘରକୁ ଯାଇଛନ୍ତି ବୋଲି ଚୀନ୍ ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିସନ୍ କହିଛି।
ଡାକ୍ତରଖାନାମାନଙ୍କର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ରେ ଶଯ୍ୟା ଅଭାବରୁ ମୃତ୍ୟୁସଂଖ୍ୟା ବଢୁଥିବା କଥା ବୁଧବାର ଦିନ ଏକ ରାଷ୍ଟ୍ରାୟତ ଚୀନ୍ ଦୈନିକ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/cv-2.jpg)