ନୂଆଦିଲ୍ଲୀ: ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ। ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି।

Advertisment

କରୋନାଭାଇରସ୍‌ ପରିସ୍ଥିତି ସଂକ୍ରାନ୍ତରେ ଆହୂତ ଏକ ସର୍ବଦଳୀୟ ବୈଠକରେ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କରୋନାଭାଇରସ୍‌ ଟିକାର ମୂଲ୍ୟ ନିର୍ଦ୍ଧାରଣ ଏବଂ ବଣ୍ଟନ ସଂକ୍ରାନ୍ତରେ ରାଜ୍ୟମାନଙ୍କ ସହ ଆଲୋଚନା ଚାଲିଛି।

publive-image Image Courtesy of Zee News

କରୋନାଭାଇରସ୍‌ ସଂଗ୍ରାମର ‘ଫ୍ରଣ୍ଟ୍‌ ଲାଇନ୍‌’ରେ ଥିବା କର୍ମୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି। ଏହାଛଡ଼ା, ଟିକାର ସଂରକ୍ଷଣ ଏବଂ ପରିବହନ କଥା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିବା କଥା ସେ କହିଛନ୍ତି।

ଭାରତରେ ପ୍ରସ୍ତୁତ ହେବାକୁ ଥିବା ପ୍ରାୟ ୮ଟି ଟିକା ସମ୍ପ୍ରତି ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ଭାରତରେ ବିକଶିତ ତିନୋଟି କରୋନାଭାଇରସ୍‌ ଟିକା ମଧ୍ୟ ଏବେ ପରୀକ୍ଷାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି। ଟିକା ପାଇଁ ଆଉ ଅଧିକ ଦିନ ବିଳମ୍ବ ହେବନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆଗାମୀ ଅଳ୍ପ କେତେ ସପ୍ତାହ ମଧ୍ୟରେ ଭାରତ ନିମନ୍ତେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି।