ଜରୁରୀକାଳୀନ ପ୍ରୟୋଗ ପାଇଁ ’ହୁ’ ଠାରୁ ଅନୁମତି ପାଇବାରେ ବିଶ୍ବରେ ଫାଇଜର୍‌ ପ୍ରଥମ କରୋନା ଟିକା

ନୂଆଦିଲ୍ଳୀ: ମହାମାରୀ କରୋନା ସାରା ବିଶ୍ବବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ କରୋନା ଟିକାକୁ ନେଇ ସଭିଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଫାଇଜର୍‌ ହେଉଛି ପ୍ରଥମ ଟିକା ଯାହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ଦେଇଛି। ବହୁ ପରୀକ୍ଷାନୀରିକ୍ଷା ପରେ ବିଶ୍ବର ଅନେକ ଗବେଷକ ଏହି ଟିକାକୁ ନେଇ ସକାରାତ୍ମକ ବୟାନ ଦେଇଛନ୍ତି। ଟିକାର ନିରାପତ୍ତା, କାର୍ଯ୍ୟକାରିତା ଏବଂ ଗୁଣବତ୍ତା ଉପରେ ସମୀକ୍ଷା କରାଯିବା ପରେ ଏହା ଗ୍ରହଣୀୟ ବୋଲି ଗବେଷକମାନେ ମତ ରଖିଛନ୍ତି।

ଗବେଷକମାନେ ଜାଣିବାକୁ ପାଇଲେ ଯେ ଏହି ଟିକା ନିରାପତ୍ତା, କାର୍ଯ୍ୟକାରିତା ପାଇଁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିଛି ଏବଂ ରୋଗର ସମାଧାନ ପାଇଁ ଏହାକୁ ବ୍ୟବହାର କରିବାର ଲାଭ ସମ୍ଭାବ୍ୟ ବିପଦକୁ ଦୂର କରିବ। ଆପଣ ଜାଣିଥିବେ ନିଶ୍ଚୟ ଯେ ଫାଇଜର ଟିକା -୬୦ ° ସି ରୁ -୯୦ ° ସିରେ ଗଚ୍ଛିତ ହେବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ଏପଟେ ନିକଟ ଅତୀତରେ ଫାଇଜର୍‌ ଟିକା ନେବାର ସପ୍ତାହକ ପରେ ଜଣେ ଆମେରିକୀୟ ନର୍ସ‌ କରୋନା ସଂକ୍ରମିତ ହୋଇଥିବା ଖବର ହସ୍ତଗତ ହୋଇଥିଲା। ଟିକା ନେବାପରେ ତାଙ୍କଠାରେ କିଛି ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା। ଟିକା ନେବାର ୬ ଦିିନି ଦିନ ଖ୍ରୀଷ୍ଟମାସ ସନ୍ଧ୍ୟାରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। କୋଭିଡ୍‌ ୟୁନିଟ୍‌ରେ ଏକ ସିଫ୍ଟରେ କାମ କରିବା ପ‌ରେ ତାଙ୍କର କମ୍ଫ ଆସିଥିଲା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇଥିଲା। ଗତ ୨୬ ତାରିଖରେ ସେ ତାଙ୍କ କରୋନା ଟେଷ୍ଟ୍‌ କରିଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର