କରୋନା ଟିକା-ଔଷଧ, କରୋନା ଟିକା ଫଳପ୍ରସୂ ହୋଇନପାରେ

ଲଣ୍ତନ: ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସାମୂହିକ ଉଦ୍ୟମରେ ମହାମାରୀ କୋଭିିଡ୍-୧୯ ପାଇଁ ପ୍ରତିଷେଧକ ଟିକା ବାହାର କରିବାକୁ ଉଦ୍ୟମ ଚାଲିଛି। କିନ୍ତୁ ଦୁଃସାଧ୍ୟ ରୋଗ ପାଇଁ କେବେ ବି କୌଣସି ଫଳପ୍ରଦ ଟିକାଟିଏ ଆସିପାରିବ ନାହିା ବୋଲି ନିରାଶାମୟ ଭବିଷ୍ୟବାଣୀ କରିଛନ୍ତି ଚିକିତ୍ସିତ ହୋଇ ନୂଆ ଜୀବନ ଆରମ୍ଭ କରିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌। ବରଂ ଏଭଳି ସ୍ଥିତିରେ ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଣନମୁନା ପରୀକ୍ଷା ଏବଂ ପୀଡି଼ତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ କରିଛନ୍ତିା ଏହା ଦୈନିକ ଖବରକାଗଜ ‘ମେଲ୍’ରେ ପ୍ରକାଶ ପାଇଛି।

ଉପଯୁକ୍ତ ଟିକାଟିଏ ବାହାର କରିବା ଲାଗି ବ୍ରିଟେନ୍ ସରକାର ୯୩ ନିୟୁତ ପାଉଣ୍ତ୍ ବା ୧୧ କୋଟି ଆମେରିକୀୟ ଡଲାରର ଅର୍ଥ ବରାଦ କରିଛନ୍ତିା ଏପରିକି ବିଶ୍ବରେ ସମ୍ପ୍ରତି ଟିକା ଉଦ୍‌ଭାବନ ପାଇଁ ଦୁଇଟି ପ୍ରକଳ୍ପ ବ୍ରିଟେନ୍‌ରେ ଚାଲୁ ରହିଛି। ସେହିପରି କରୋନା ପୀଡି଼ତଙ୍କର ଚିକିତ୍ସାରେ ବିଭିନ୍ନ ଔଷଧର ପ୍ରୟୋଗକୁ ବ୍ରିଟେନ୍ ସରକାର ସମର୍ଥନ କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ଧାର୍ଯ୍ୟ ପ୍ରତିକାର ବାହାରିପାରିନି। ସୁତରାଂ ଏହି ମହାମାରୀର ମୁକାବିଲା ପାଇଁ ଆମମାନଙ୍କୁ ବିକଳ୍ପ ଉପାୟମାନ ଚିନ୍ତା କରିବାକୁ ହେବ ବୋଲି ଜନ୍‌ସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର