ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ଚାଲିଥିବା ବେଳେ ବୁଧବାର ଚଣ୍ଡିଗଡ଼ର ପିଜିଆଇଏମ୍ଇଆର୍ ପକ୍ଷରୁ ସେପ୍ସିଭ୍ୟାକ୍ର ଡାକ୍ତରୀ ପରୀକ୍ଷଣ କରାଯାଇଛି। ପିଜିଆଇଏମ୍ଇଆର୍ ଆୟୋଜନ କରୁଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ରାମ ବିଶ୍ବକର୍ମାଙ୍କ କହିବାନୁଯାୟୀ, ‘କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ଭିତରେ କରୋନା ଲକ୍ଷଣ ପୁନଶ୍ଚ ନ ଦେଖା ଦେବା ପାଇଁ ଏହି ଇମ୍ୟୁନୋମଡୁଲେଟର୍ ସେପ୍ସିଭ୍ୟାକ୍ ଦିଆଯିବ।’
ସେ ଆହୁରି ବି କହିଛନ୍ତି କି, ‘ଏହା କେବଳ ପ୍ରତିଷେଧକ ଭାବେ କାର୍ଯ୍ୟ କରିବ ନାହିଁ ବରଂ ଶରୀରରେ ଥିବା ଭାଇରସ୍କୁ ମଧ୍ୟ ନଷ୍ଟ କରିବାରେ ସହାୟ ହେବ। କରୋନା ଭାଇରସ୍ ଜଣେ ରୋଗୀ ଦେହରେ ୧ ମାସ ପର୍ଯ୍ୟନ୍ତ ରହିପାରେ। ତେଣୁ, ଯେଉଁ ରୋଗୀମାନଙ୍କ ରିପୋର୍ଟରୁ କରୋନା ନେଗେଟିଭ୍ ଆସିବା ପରେ କ୍ବାରେଣ୍ଟାଇନ୍ରେ ରଖାଯାଏ ସେହିମାନଙ୍କୁ ବିଶେଷ କରି ଏହି ସେପ୍ସିଭ୍ୟାକ୍ ଦିଆଯିବ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଅନେକ ରୋଗୀ ଏହା ଦ୍ବାରା ଉପକୃତ ହେବେ। ଯଦି ଏହା କାମ କରେ ତେବେ ଆଗାମୀ ୩ ମାସ ମଧ୍ୟରେ ଏହି ପ୍ରତିଷେଧକ କୋଭିଡ-୧୯ ଚିକିତ୍ସା ପାଇଁ ବ୍ୟବହାର ହେବ।
Clinical trial has begun at PGIMER Chandigarh to position immunomodulator Sepsivac as a drug. We're doing another trial on asymptomatic #COVID19 patients. It'll be given to them as vaccine: Dr Ram Vishwakarma,coordinator of trial program for use of Sepsivac in COVID-19 treatment pic.twitter.com/sqhAjwFA1q
— ANI (@ANI) April 29, 2020
ଉଲ୍ଲେଖଯୋଗ୍ୟ, ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୮୯୭ ଜଣ କୋଭିଡ୍-ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୩୨ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ହଜାର ୭ ଛୁଇଁଛି।