ଚୀନର ୯ଟି ସହରରେ ଡ୍ରାଗନ୍ ଫଳରେ ମିଳିଲା କରୋନା ଭୂତାଣୁ

ବେଜିଂ : ଆଶ୍ଚର୍ଯ୍ୟଜନକ ଭାବେ ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳରେ କରୋନାର ଭୂତାଣୁ ମିଳିଛି । ଏହାପରେ ଚୀନ୍ ପ୍ରଶାସନ ସାରା ଦେଶରେ ଥିବା ସୁପର ମାର୍କେଟଗୁଡିକୁ ବନ୍ଦ କରିଦେଇଛନ୍ତି ବୋଲି ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ଝୋଜିୟାଙ୍ଗ ଓ ଜିୟାଂଶୀ ପ୍ରଦେଶର ୯ଟି ସହରରେ ଫଳଗୁଡିକୁ ଯାଞ୍ଚ କରିବା ପରେ ସେଥିରୁ କରୋନା ଭୂତାଣୁ ମିଳିଛି ।

ଏହାପରେ ବିଦେଶରୁ ଆସିଥିବା ଖାଦ୍ୟ ଓ ପାନୀୟ ସାମଗ୍ରୀଗୁଡିକୁ ଯାଞ୍ଚ କରାଯାଉଛି । ଯେଉଁମାନେ ଫଳ କିଣିଛନ୍ତି ସେମାନଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । ୨୦୨୦ ଡିସେମ୍ବରରେ ମଧ୍ୟ ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳ ଗୁଡିକରେ କରୋନା ଭୂତାଣୁ ମିଳିଥିଲା । ଏହା ପରେ ୨୬ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଏହାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ସମ୍ବନ୍ଧିତ ଖବର