ଭାରତର ୧୮ଟି ରାଜ୍ୟରେ କରୋନାର ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ କରାଯାଇଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶର ୧୮ଟି ରାଜ୍ୟରେ କରୋନାଭାଇରସର ଏକ ନୂତନ “ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ” ଚିହ୍ନଟ ହୋଇଛି। “ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ” ବ୍ୟତୀତ ଅନ୍ୟ ଦେଶରେ ଚିହ୍ନଟ ହୋଇଥିବା ଷ୍ଟ୍ରେନ୍ ( ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ) ମଧ୍ୟ ଭାରତରେ ଦେଖିବାକୁ ମିଳିଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଦେଶର ବିଭିନ୍ନ ରାଜ୍ୟରେ ଏବେ ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ କରୋନାର ଦ୍ବିତୀୟ ଲହର ଆସିବାର ଆଶଙ୍କା ରହିଛି। ଏ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏଭଳି ଘୋଷଣା ଚିନ୍ତା ବଢ଼ାଇଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ସଂକ୍ରମଣ ବୃଦ୍ଧି ଏବଂ ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟଗୁଡିକ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ପାଇଁ ସଂକ୍ରମଣ ବଢ଼ୁନାହିଁ।

COVID-19: 'Variants Of Concern' from Brazil, UK, South Africa and a novel variant found in 18 states, says Centre
DNA India

୭୭୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ଭାରତରେ ୭୩୬ଜଣ ବ୍ରିଟେନ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହା ସହ ୩୪ଜଣ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ରାଜିଲ୍ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ୧୦ଟି ଜାତୀୟ ଲାବୋରେଟୋରିରେ ସରକାରଙ୍କ ଦ୍ବାରା ଏହି ନମୁନାଗୁଡିକର ଜିନୋମ୍ ସିକ୍ୟୁଏନସିଂ କରାଯାଇଥିଲା। ଜିନୋମ୍ ସିକ୍ୟୁଏନସିଂ ପରେ କରୋନାର ‌ଭିନ୍ନ ଭିନ୍ନ ଷ୍ଟ୍ରେନ ବିଷୟରେ ଜଣାପଡ଼ିଥିଲା।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୭,୨୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ୧.୧୭ କୋଟିରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର