କରୋନାଭାଇରସ୍ କୌଣସି ପ୍ରାଣୀ ଠାରୁ ଆସିଥିବାର ସମ୍ଭାବନା ଅଧିକ, ଲ୍ୟାବ୍‌ ସୃଷ୍ଟିର ପ୍ରମାଣ ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନେଭା: ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଯାହା ସବୁ ପ୍ରମାଣ ମିଳୁଛି ସେଥିରୁ ଜଣାପଡୁଛି ଅଭିନବ କରୋନାଭାଇରସ୍ ଗତବର୍ଷ ଶେଷ ଆଡ଼କୁ ଚୀନ୍‌ରେ କୌଣସି ପ୍ରାଣୀ ଠାରୁ ସୃଷ୍ଟି ହୋଇଛି। କୌଣସି ପରୀକ୍ଷାଗାରରେ ତାହାକୁ ପରିବର୍ତ୍ତନ କିଂବା ଉତ୍ପତ୍ତି କରାଯାଇ ନାହିଁ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖପାତ୍ର ଫେଡେଲା ଚାଇବ୍ ଜେନେଭା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମିଳୁଥିବା ସମସ୍ତ ପ୍ରମାଣରୁ ଅନୁମାନ କରାଯାଉଛି ଯେ ଏହି ଭୂତାଣୁ ପ୍ରାଣୀରୁ ସୃଷ୍ଟି ହୋଇଛି। କୌଣସି ପରୀକ୍ଷାଗାର କିଂବା ଅନ୍ୟ କେଉଁଠି ଏହାକୁ ପରିବର୍ତ୍ତନ କିଂବା ସୃଷ୍ଟି କରାଯାଇ ନାହିଁ।

ଚାଇବ୍ ଆହୁରି କହିଛନ୍ତି ‌ଯେ ଏହି ଭୂତାଣୁ କିଭଳି ଗୋଟିଏ ପ୍ରଜାତିର ପ୍ରାଣୀରୁ ଅନ୍ୟ ପ୍ରଜାତିର ପ୍ରାଣୀର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତ ଭେଦ କରିପାରିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଗୋଟିଏ ପ୍ରଜାତିର ପ୍ରାଣୀରୁ ଅନ୍ୟ ପ୍ରଜାତିର ପ୍ରାଣୀକୁ ସଂକ୍ରମିତ ହେବା ନିମନ୍ତେ ଅନ୍ୟ କୌଣସି ପ୍ରାଣୀ ଏହି ଭୂତାଣୁର ନିଶ୍ଚୟ ମଧ୍ୟସ୍ଥତା କରିଛି। ଏହି ଭୂତାଣୁ ବାଦୁଡ଼ିମାନଙ୍କ ଦେହରେ ଅବସ୍ଥାନ କରୁଥିବା ଯ‌େଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ, ବାଦୁଡ଼ିରୁ ତାହା ମଣିଷଙ୍କ ଦେହକୁ କେମିତି ଆସିଲା ତାହା ଜଣାପଡ଼ି ନାହିଁ।

 

ସମ୍ବନ୍ଧିତ ଖବର