କରୋନା ଦ୍ବାରା ଶିକାର ହେଲେ ସାଉଦି ରାଜ ପରିବାରର ୧୫୦ ସଦସ୍ୟ

ରିୟାଦ୍: କରୋନା ଭାଇରସ୍‌ ସାରା ବିଶ୍ବରେ ଆତଙ୍କ ଖେଳାଇ ଥିବା ବେଳେ ସାଉଦି ଆରବ ରାଜ ପରିବାରର ୧୫୦ ଜଣ ସଦସ୍ୟ ଏହି ମହାମାରୀ ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଏକ ରି‌ପୋର୍ଟରୁ ଜାଣିବାକୁ ମିଳିିଛି, ରିୟାଦ୍‌ ଗଭର୍ଣ୍ଣର ଫୈଜଲ୍‌ ବିନ୍‌ ବନ୍ଦର ବିନ୍‌ ଅବ୍‌ଦୁଲାଜିଜ୍‌ ଅଲ୍‌ ସାଉଦ୍‌ ଏହି ମହାମାରୀ ଭାଇରସ୍‌ର ଶିକାର ହୋଇ ଆଇସିୟୁରେ ରହିଛନ୍ତି।

ରାଜା ସଲ୍‌ମାନ୍‌ ଏବଂ ଆଗକୁ ମୁକୁଟ ପିନ୍ଧିବାକୁ ଥିବା ରାଜକୁମାର ମହମ୍ମଦ ବିନ୍‌ ସଲ୍‌ମାନ୍ ମଧ୍ୟ ଏହି ଭାଇରସ୍‌ର ଶିକାର ହୋଇଥିବା ସନ୍ଦେହ କରାଯିବା ପରେ ସେମାନଙ୍କୁ  ମଧ୍ୟ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ରାଜ ପରିବାର ସଦସ୍ୟମାନଙ୍କୁ ଚିକିତ୍ସା କରାଯାଉଥିବା କିଙ୍ଗ୍‌ ଫୈଜଲ୍‌ ସ୍ପେସିଆଲିଷ୍ଟ୍‌ ହସ୍ପିଟାଲ୍‌ରେ ୫୦୦ ବେଡ୍‌ ବ୍ୟବସ୍ଥା କରିବା ପାଇଁ ଯୋଜନା କରାଯାଉଛି।

ହସ୍ପିଟାଲ୍‌ କର୍ତ୍ତୃପକ୍ଷ ହସ୍ପିଟାଲ୍‌ର ସିନିୟର୍‌ ଡାକ୍ତରମାନଙ୍କୁ ଏବଂ ଖବରକାଗଜରେ ଛପାଇ ଏକ ‘ହାଇ ଆର୍ଲଟ’ ମେସେ‌ଜ୍‌ ଦେଇଛନ୍ତି। ଯେଉଁଥିରେ କି କୁହାଯାଇଛି ଯେ ଏହି ହସ୍ପିଟାଲ୍‌ରେ କେବଳ ରାଜ ପରିବାର ଓ ଭିଆଇପିମାନଙ୍କୁ ଚିକିତ୍ସା କରାଯିବ। ବହୁ ଦିନ ଧରି କୌଣସି ରୋଗ ପାଇଁ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଯଥାଶୀଘ୍ର ଡିସ୍‌ଚାର୍ଜ କରାଯିବ। ତାହାସହିତ ତତ୍କାଳ ରୋଗୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ଏପରିକି ହସ୍ପିଟାଲ୍‌ କର୍ମଚାରୀମାନଙ୍କ ମଧ୍ୟରୁ ବି ଯଦି କେହି ଆକ୍ରାନ୍ତ ହେଉଛନ୍ତି ତେବେ ବି ସେମାନଙ୍କୁ ଅନ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବ।

ସମ୍ବନ୍ଧିତ ଖବର