ଭାରତରେ ପ୍ରସ୍ତୁତ ହେବ କରୋନାଭୂତାଣୁ ଔଷଧ!

ନୂଆଦିଲ୍ଲୀ: ସାରା ବିଶ୍ବରେ କୋକୁଆ ଭୟ ଖେଳାଇଦେଇଥିବା ମହାମାରୀ କୋଭିଡ୍–୧୯ କବଳରୁ ନିସ୍ତାର ପାଇବା ଲାଗି ଉପଯୁକ୍ତ ପ୍ରତିଷେଧକ ଟିକାର ଉଦ୍ଧ୍ବାବନ କି ପ୍ରଯୁଜ୍ୟ ଉପଚାର ଔଷଧ ପାଇଁ ଗବେଷଣା ଜାରି ରହିଛିା ଏପରି ସ୍ଥଳେ ଅନ୍ୟତମ ଭୂତାଣୁ ପ୍ରତିରୋଧକାରୀ ଔଷଧ ‘ରେମ୍ଡେସିଭିର୍’କୁ ଆମେରିକାରେ ଗୁରୁତର କରୋନା ରୋଗୀଙ୍କ ଠାରେ ଜରୁରୀକାଳୀନ ପରୀକ୍ଷଣ ଆରମ୍ଭ ହୋଇଛିା କୋଭିଡ୍–୧୯ର ନିବାରଣ ପାଇଁ ଏହା ପ୍ରଥମ ଔଷଧ ଭାବେ ଉପଯୋଗ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତିରେ ବ୍ୟବହୃତ ପ୍ରାଥମିକ ତିନିଟି ମୁଖ୍ୟ ଉପାଦାନ ପାଇରୋଲ୍, ଫ୍ୟୁରାନ୍ ଏବଂ ଫସଫେଟ୍ ଇଣ୍ଟରମିଡିଏଟ୍ ଆଦିର ସଫଳ ସଂଶ୍ଳେଷଣ ଭାରତରେ ମଧ୍ୟ ହୋଇପାରିଛ ବୋଲି କେନ୍ଦ୍ର ବିଜ୍ଞାନ, କାରିଗରୀ କୌଶଳ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତିା

ଭାରତୀୟ ଶୀର୍ଷ ଗବେଷଣା ସଂସ୍ଥା ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ(ସିଏସ୍‌ଆଇଆର୍) ଅନ୍ତର୍ଗତ ହାଇଦ୍ରାବାଦ ସ୍ଥିତ ଭାରତୀୟ ରାସାୟନିକ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(ଆଇଆଇସିଟି) ଦ୍ବାରା ଏହି ବିରଳ କୃତିତ୍ବ ହାସଲ କରାଯାଇଛିା ଏପରିକି ଆଇଆଇସିଟି ପକ୍ଷରୁ ଏହାର ବୈଷୟିକ ଉପଲବ୍ଧି ସମ୍ପର୍କରେ ଭାରତୀୟ ଔଷଧ ନିର୍ମାତା ସିପ୍ଳା ସହିତ ମଧ୍ୟ ଆଲୋଚନା କରାଯାଇଛିା ଅନ୍ତର୍ଜାତୀୟ କମ୍ପାନି ଜିଲିଡ୍ ସାଇନ୍ସେସ ଦ୍ବାରା ପ୍ରସ୍ତୁତ ହେଉଥିବା ଏହି ‘ରେମ୍ଡେସିଭିର୍’ର ଆବଶ୍ୟକ ପଡି଼ଲେ ସିପ୍ଳା କମ୍ପାନି ମଧ୍ୟ ଭାରତରେ ପ୍ରସ୍ତୁତି ଆରମ୍ଭ କରିପାରିବ ବୋଲି ଆଶା କରାଯାଉଛିା ସୂଚନାଯୋଗ୍ୟ, କୌଣସି ପ୍ରକାର ଜଟିଳ ଔଷଧ ପ୍ରସ୍ତୁତି ପାଇଁ ତାହାର ଉପାଦାନଗୁଡି଼କର ସଂଶ୍ଲେଷଣ ହିଁ ଗୁରୁତ୍ବପୁର୍ଣ୍ଣ ଭୂମିକା ନିଭାଇଥାଏା ସେହିପରି କୋଭିଡ୍–୧୯ ମୁକାବିଲା ପାଇଁ ଅନ୍ୟତମ ସମ୍ଭାବ୍ୟ ଔଷଧ ‘ଫାଭିପିରାଭିର’ର ମଧ୍ୟ ଅନୁରୂପ ସଂଶ୍ଳେଷଣ ପାଇଁ ଆଇଆଇସିଟି ଗବେଷଣା ଚଳାଇବା ସହ ଅନ୍ୟ ଘରୋଇ କମ୍ପାନି ସହ ଏହାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଜାରି ରହିଛି ବୋଲି ଆଇଆଇସିଟି ନିେର୍ଦ୍ଦଶକ ଡା. ଶ୍ରୀବାରି ଚନ୍ଦ୍ରଶେଖର କହିଛନ୍ତିା

ସମ୍ବନ୍ଧିତ ଖବର