ସମଗ୍ର ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭, ୫୯୬, ୯୮୭ରେ ପହଞ୍ଚିଲା

ନୂଆଦିଲ୍ଲୀ: ୱାର୍ଲଡୋମିଟର୍ ଆକଳନ ଅନୁଯାୟୀ, ଜୁନ୍ ୧୨ ତାରିଖ ସକାଳ ସୁଦ୍ଧା ସମଗ୍ର ବିଶ୍ବରେ ୭, ୫୯୬, ୯୮୭ ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୩, ୮୪୧, ୪୯୩ ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୩୩୧, ୬୫୦ ରହିଛି। ସେମାନଙ୍କ ମଧ୍ୟରୁ ୩, ୨୭୭, ୭୪୮ ଜଣ ବା ୯୮% ସାମାନ୍ୟ ଆକ୍ରାନ୍ତ ହୋଇଥିବା ବେଳେ ୫୪, ୯୦୨ ଜଣଙ୍କ ଅବସ୍ଥା ସାଙ୍ଘାତିକ ରହିଛି।

ସମୁଦାୟ ଆକ୍ରାନ୍ତମାନଙ୍କ ମଧ୍ୟରୁ ୩, ୮୪୧, ୪୯୩ ଜଣ ବା ୯୦% ସୁସ୍ଥ ହୋଇଛନ୍ତି ବା ସେମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ବାକି ୪୨୩, ୮୪୪ ଜଣଙ୍କର ମୃତ୍ୟୁ ଘଟିଛି।

Image Courtesy of The Indian Express

ଏଠାରେ ଉଲ୍ଲେଖଯୋଗ୍ୟ କି, ୨୦୧୯ ଶେଷ ଆଡ଼କୁ ଚୀନ୍‌ର ଊହାନ୍‌ ସହରରୁ ଉତ୍ପତ୍ତି ହୋଇଥିବା କରୋନାଭାଇରସ୍‌କୁ ମାର୍ଚ ୧୧ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବୈଶ୍ବିକ ମହାମାରୀ ରୂପେ ଘୋଷଣା କରିଥିଲା। କରୋନାଭାଇରସ୍‌ ସଂକ୍ରମଣ ମାନବ ଶରୀରରେ ସାଧାରଣ ଥଣ୍ଡା ଠାରୁ ଆରମ୍ଭ କରି ଶ୍ବାସପ୍ରଶ୍ବାସ କ୍ରିୟାରେ ମଧ୍ୟ ବ୍ୟାପକ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି।

ଆଜି ସକାଳ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମଣ ସଂଖ୍ୟା ୨, ୦୮୯, ୭୦୧ରେ ପହଞ୍ଚିଥିବା ବ‌େଳେ ମୃତ୍ୟୁ ସଂଖ୍ୟା ୧୧୬, ୦୩୪ ରେକର୍ଡ କରାଯାଇଛି। ଆମେରିକା ପଛକୁ ଥିବା ବ୍ରାଜିଲ୍‌ରେ ସଂକ୍ରମଣ ସଂଖ୍ୟା ୮୦୫, ୬୪୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୧, ୦୫୮ରେ ପହଞ୍ଚିଛି। ସେହିପରି ରୁଷ୍‌ରେ ସଂକ୍ରମଣ ସଂଖ୍ୟା ୫୦୨, ୪୩୬ ଛୁଇଁଥିବା ବେଳେ ୬, ୫୩୨ରେ ରହିଛି। ରୁଷ୍‌ ପଛକୁ ରହିଛି ଭାରତ। ଭାରତରେ ସଂକ୍ରମଣ ସଂଖ୍ୟା ୨୯୮, ୨୮୩ ଓ ମୃତ୍ୟୁସଂଖ୍ୟା ୮, ୫୦୧। ଇଂଲଣ୍ଡ୍‌ରେ ସଂକ୍ରମଣ ସଂଖ୍ୟା ୨୯୧, ୪୦୯ ଥିବାବେଳେ ମୃତ୍ୟୁସଂଖ୍ୟା ୪୧, ୨୭୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର