ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଭଳି ପଡ଼ୋଶୀ ଦେଶମାନଙ୍କର ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ହୋଇଛି। ଏହା ଦେଶର କୌଣସି ଜଣେ ବି ନାଗରିକ ଙ୍କଅଧିକାରକୁ ଛଡ଼ାଇ ନେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଏ ନେଇ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବୋର୍ଦୋଲୋଇଙ୍କୁ ଚିଠି ଲେଖିଥିଲେ। ପଶ୍ଚିମ ଓ ପୂର୍ବ ପାକିସ୍ତାନରୁ ଆସୁଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କ ସୁରକ୍ଷା ପାଇଁ ନେହରୁ ଗୁରୁତ୍ବାରୋପ କରିଥିଲେ। ନେହରୁ ଜଣେ ବଡ଼ ଚିନ୍ତକ ଥିଲେ। ସେ କାହିଁକି ପାକିସ୍ତାନର ସମସ୍ତ ଶରଣାର୍ଥୀଙ୍କ କଥା ଚିନ୍ତା ନ କରି କେବଳ ସଂଖ୍ୟାଲଘୁଙ୍କ କଥା ଚିନ୍ତା କରିଥିଲେ ବୋଲି ମୋଦୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ନେହରୁ-ଲିଆକତ ଚୁକ୍ତିନାମାରେ ନେହରୁ କେବଳ ସଂଖ୍ୟାଲଘୁଙ୍କ ନାଗରିକତା କଥା ଚିନ୍ତା କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ସେମାନଙ୍କ ପାଇଁ ଚିନ୍ତିତ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସଂଶୋଧିତ ନାଗରିକତା ଆଇନ: ପାକ୍ ସଂଖ୍ୟାଲଘୁଙ୍କ ପାଇଁ ନାଗରିକତା ଚାହୁଥିଲେ ନେହରୁ
/sambad/media/post_attachments/wp-content/uploads/2020/02/nehru-grain-calendar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)