ନୂଆଦିଲ୍ଲୀ: ଦାଗୀ ନେତାଙ୍କୁ ନିସ୍ତାର ନାହିଁ । ଏଣିକି ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ହୁଅନ୍ତୁ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ । ଅପରାଧରେ ଲିପ୍ତ ଥିଲେ କିମ୍ବା ଅପରାଧିକ ମାମଲାରେ ମାସେରୁ ଅଧିକ ଜେଲ ଯାଇଥିଲେ ସେମାନଙ୍କୁ ନିସ୍ତାର ଦିଆଯିବନି । ଜେଲରେ ଥିଲେ ବି ସେମାନଙ୍କ ପଦ ସେମିତି ସୁରକ୍ଷିତ ରହିବନି । ଏଣିକି ଜେଲରେ ମାସେରୁ ଅଧିକ ରହିଲେ ସେମାନଙ୍କ ପଦବୀ ବିପଦରେ ପଡିବ । ସେମାନଙ୍କୁ ସେମାନଙ୍କ ପଦ ହରାଇବାକୁ ପଡ଼ିବ । ଆଉ ଦାଗୀ ନେତାଙ୍କ ପିଠିରେ ଚାବୁକ ପଡିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି କୌଣସି ବି ନେତା, ୩୦ ଦିନରୁ ଅଧିକ ଜେଲ୍ରେ ରହିଲେ ଯିବ ସେମାନଙ୍କ ଆସନ । ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ରାଜନେତାଙ୍କ ବିରୋଧରେ କେନ୍ଦ୍ର ସରାକର ଆଣିବାକୁ ଯାଉଛନ୍ତି ନୂଆ ବିଲ । ଏହି ବିଲ୍ରେ ରହିଥିବା ପ୍ରାବଧାନ ଅନୁସାରେ- ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ ।
ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ୍ ଦଣ୍ଡ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ୍ ୨ ମାସ ଜେଲ୍ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ । ମାତ୍ର ଏବେ ସେସବୁ ଘଟଣାର ପୁନରାବୃତ୍ତି ହେବନି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/20/neta-2025-08-20-12-48-08.jpg)