ଦୁଇଦିନ ୩ ଜଣ ପିଇଦେଲେ ଦେଢ଼ଲକ୍ଷର ଚାହା, ଆରମ୍ଭ ହେଲା ତଦନ୍ତ

ନାଗପୁର: ଦୁଇଦିନର ଚାହା ଖର୍ଚ୍ଚ ଦେଢ଼ଲକ୍ଷ ଟଙ୍କା | ଆପଣ ଆଶ୍ଚର୍ଯ୍ୟ ହେଲେ କି ? ଠିକ ଆପଣଙ୍କ ଭଳି ନାଗପୁର ବିଶ୍ୱବିଦ୍ୟାଳୟର କୁଳାଧିପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଘଟଣାଟି ଏହିପରି | ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ ଷ୍ଟଡ଼ିଜର ବୈଠକ ହୋଇଥିଲା | ଏହି ବୈଠକରେ ପାଠ୍ୟକ୍ରମ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା |

photo-youtube

ଏହି ବୈଠକରେ ତିନିଜଣ ସଦସ୍ୟ ଥିବାବେଳେ ଦୁଇ ଦିନ ଧରି ବୈଠକ ଚାଲିଥିଲା | ତେବେ ବୈଠକ ପରେ ଖର୍ଚ୍ଚର ଏକ ବିଲ ପାସ କରାଇବାକୁ କୁଳାଧିପତିଙ୍କ ପାଖକୁ ପଠାଯାଇଥିଲା | ଏହି ବିଲରେ ୩ ଜଣ ସଦସ୍ୟ ୧୨୪ଟି ଚାହା କପ ପିଇଥିବାର ଦର୍ଶାଯାଇଥିଲା | ସେହିପରି ଏଥିପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଯାଇଥିଲା |

ଏହି ବିଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୁଳାଧିପତି | ବିଲରେ ସ୍ଵାକ୍ଷର କରିବାକୁ ମନା କରିବା ସହ ଏହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି | ଏହା ପୂର୍ବରୁ ୨୦୧୫ ମସିହାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଟଙ୍କା ମନ୍ତ୍ରୀ ଦେଢ଼ ବର୍ଷରେ ଏକ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାର ଜଣାପଡିଥିଲା |

ସମ୍ବନ୍ଧିତ ଖବର