ଓ୍ଵାସିହଟନ୍: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର କଲ୍ ସେଣ୍ଟର ଦୁର୍ନୀତି ମାମଲାରେ ଆଜି ୨୧ ଜଣ ଭାରତୀୟ ବଂଶୋଦ୍ଭବ ଗିରଫ ହୋଇଛନ୍ତି ଏବଂ ସେମାନଙ୍କୁ ୪ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ହୋଇଛି। ଏହି ଦୁର୍ନୀତିର ଚେର ଭାରତରେ ରହିଥିବା ବେଳେ ଆମେରିକାରେ ରହୁଥିବା କେତେକ ଭାରତୀୟ ଏହାର ସଂଚାଳନ କରୁଥିଲେ। ସେମାନେ ହଜାର ହଜାର ଆମେରିକୀୟ ନାଗରିକଙ୍କଠାରୁ କଲ୍ ସେଣ୍ଟର ମାଧ୍ୟମରେ ଶହ ଶହ କୋଟି ଡଲାର ଲୁଟି ନେଇଛନ୍ତି। ତେବେ ଭାରତୀୟଙ୍କ ଦ୍ୱାରା କଲ୍ ସେଣ୍ଟର ଦୁର୍ନୀତିକୁ ଟାର୍ଗେଟ୍ କରି ପ୍ରଥମ ଥର ପାଇଁ ଆମେରିକାରେ ଏଭଳି କଠୋର ଦଣ୍ଡାଦେଶ ହୋଇଥିବା ୟୁଏସ୍ ଏଟର୍ଣ୍ଣି ଜେନେରାଲ ଜେଫ୍ ସେସନ୍ସ କହିଛନ୍ତି। ଜେଲ୍ ଦଣ୍ଡାଦେଶ ସଂପୂର୍ଣ୍ଣ ହେଲାପରେ ସେମାନଙ୍କ ଭାରତ ପଠାଇ ଦିଆଯିବ ବୋଲି ସେ କହିଛନ୍ତି। ଆମେରିକୀୟ ଅଧିକାରୀଙ୍କ ମତରେ କଲ୍ ସେଣ୍ଟର ଦୁର୍ନୀତି ଦ୍ୱାରା ପ୍ରା ୩ ହଜାର ଆମେରିକୀୟଙ୍କ ଠାରୁ ୪ ଶହ କୋଟି ଡଲାରରୁ ଅଧିକ ଠକି ନିଆଯାଇଛି। କଲ୍ ସେଣ୍ଟର ଗୁଡ଼ିକ ବିଭିନ୍ନ ମିଥ୍ୟା ଯୋଜନା ସଂପର୍କରେ ପ୍ରଚାର କରି ଗ୍ରାହକଙ୍କୁ ଟେଲିଫୋନ୍ ଏବଂ ଅନ୍ୟ ନେଟ୍୍ଓ୍ଵର୍କ ମାଧ୍ୟମରେ ଆକୃଷ୍ଟ କରିଥିଲେ ଏବଂ ଲୋକଙ୍କୁ ଲୁଟି ଚାଲିଥିଲେ। ବରିଷ୍ଠ ନାଗରିକ ଏବଂ ପ୍ରବାସୀଏହି କଲ୍ ସ୍କାମ୍ ଦୁର୍ନୀତିର ଅଧିକ ଶିକାର ହୋଇଛନ୍ତି। ଅହମଦାବାଦ୍ରେ ଥିବା କେତେକ କଲ୍ସେଣ୍ଟର କର୍ମଚାରୀ ମଧ୍ୟ ନିଜକୁ ଆମେରିକୀୟ ନାଗରିକ ବୋଲି ପରିଚୟ ଦେଇ ଏଭଳି ଠକାମି କରିଛନ୍ତି।
ଆମେରିକାରେ କଲ୍ ସେଣ୍ଟର ଦୁର୍ନୀତି
୨୧ ଭାରତୀୟ ଦୋଷୀ ସାବ୍ୟସ୍ତ
/sambad/media/post_attachments/wp-content/uploads/2018/07/download-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)