ସେନା ଅଫିସର ନିଯୁକ୍ତିରେ ଦୁର୍ନୀତି, ୩୦ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ସେନାବାହିନୀରେ ଅଫିସର୍‌ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲାରେ ୭ ସେନା ଅଧିକାରୀଙ୍କ ସମେତ ମୋଟ୍‌ ୨୩ ଜଣଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ଦ୍ବାରା ଅଫିସର୍‌ ଏବଂ ଅନ୍ୟ ରୢାଙ୍କ୍‌ରେ ନିଯୁକ୍ତ ପାଇଁ ଅନିୟମିତତା ହୋଇଛି। ଏହି ଘଟଣାରେ ସିବିଆଇ ମାମଲା ରୁଜୁ କରିବା ସହ ୩୦ ଟି ସ୍ଥାନରେ ଚଢ଼ଉ କରିଛି। ବେସ୍‌ ହସ୍ପିଟାଲ୍‌, କ୍ୟାଣ୍ଟନ୍‌ମେଣ୍ଟ୍‌ ଏବଂ ସେନାର ଅନ୍ୟ ପ୍ରତିଷ୍ଠାନମାନଙ୍କରେ ଚଢ଼ଉ ହୋଇଛି ବୋଲି ସିବିଆଇ କହିଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ଗୌହାଟୀ, କପୁରତଲା, କୈଥାଲ୍‌, ବରେଲି, ଗୋରଖପୁର, ବିଶାଖାପଟନମ୍‌, ଜୋରହାଟ୍‌ ଏବଂ ଚିରାନଗୋନ୍‌ ଆଦି ସ୍ଥାନରେ ଚଢ଼ଉ ହୋଇଛି।

ସମ୍ବନ୍ଧିତ ଖବର