ଟ୍ରେନ୍‌ରେ ଭଡ଼ା ଠାରୁ ଭୋଜନ ଖର୍ଚ୍ଚ ଅଧିକ

ନୂଆଦିଲ୍ଲୀ : କରୋନା କଟକଣା ସତ୍ତ୍ବେ ‌ରେଳସେବା ଆରମ୍ଭ ହୋଇଥିଲେ ମଧ୍ୟ ଟ୍ରେନ୍‌ରେ ଖାଇବା ସୁବିଧା ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇପାରିନାହିଁ। ଦୀର୍ଘ ପଥରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଟ୍ରେନ ଭଡ଼ା ଅପେକ୍ଷା ଖାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଟ୍ରେନ୍‌ରେ ଉପଲବ୍ଧ ହେଉଥିବା ବ୍ରାଣ୍ଡେଡ୍ କଂପାନିମାନଙ୍କର ରେଡି-ଟୁ-ଇଟ୍‌ ଭୋଜନର ଦର ଅଧିକ ରହିଛି। ଏଥି‌ରେ ମଧ୍ୟ ଯାତ୍ରୀଙ୍କ ପେଟ ଭର୍ତ୍ତି ହେଉ ନାହିଁ। ଦୀର୍ଘ ପଥରେ ଯାତ୍ରା କରୁଥିବା ସ୍ଲିପର୍‌ ଏବଂ ୨ଏସ୍‌ କୋଚ୍‌ରେ ଯାତ୍ରୀମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଉଦାହରଣ ସ୍ୱରୂପ ଜାମ୍ମୁ ତୱିରୁ ସମ୍ବଲପୁର ଆସୁଥିବା ୦୮୩୧୦ ଟ୍ରେନ୍‌ରେ ତିନି ଦିନର ଯାତ୍ରା (୨୩୫୧ କିମି) ପାଇଁ ସ୍ଲିପର୍‌ ଶ୍ରେଣୀରେ ୮୨୫ ଟଙ୍କା ଓ ୨ଏସ୍‌ ଶ୍ରେଣୀରେ (କେବଳ ବସିବା) ୫୧୦ ଟଙ୍କା ଭଡ଼ା ପଡୁଛି। ଅପରପକ୍ଷେ, ଏହି ତିନି ଦିନରେ ଯାତ୍ରୀମାନଙ୍କୁ ରେଡି-ଟୁ-ଇଟ୍‌ ମିଲ୍‌ ପାଇଁ ୧୦୦୦ ଟଙ୍କାରୁ ଅଧିକ ବ୍ୟୟ କରିବାକୁ ପଡ଼ୁଛି। ଟ୍ରେନ୍‌ରେ କେବେ ଠାରୁ ଭୋଜନ ବ୍ୟବସ୍ଥା ହେବ ସେ ନେଇ ଆଇଆର୍‌ସିଟିସି ପାଖରେ କୌଣସି ଉତ୍ତର ନାହିଁ।

ସମ୍ବନ୍ଧିତ ଖବର