ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏହି ସମୟରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯାଇଥିଲା। ଏହାପରେ ଲୋକଙ୍କ ସମସ୍ୟାକୁ ଖୁବଶୀଘ୍ର ଦୂର କରିବା ପାଇଁ ସରକାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ । ତେବେ ସରକାର ୨୦୨୩ ମେ ୧୯ତାରିଖରେ ଏହାକୁ ବନ୍ଦ କରିଦେଇଥିଲେ। ଏଥିସହ ଏହାକୁ ଦାଖଲ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ତେବେ ସବୁ ଚେଷ୍ଟା ସତ୍ତ୍ୱେ ୭୪୦୯ କୋଟି ଟଙ୍କାର ୨୦ ଟଙ୍କିଆ ନୋଟ୍ ଏପର୍ଯ୍ୟନ୍ତ ଫେରସ୍ତ ହୋଇପାରିନାହିଁ। ଏବେ ସରକାର ସୂଚନା ଦେଇଛନ୍ତି ଯେ ୨୦ ଟଙ୍କିଆ ନୋଟ୍ ଛାପିବା ପାଇଁ ତାଙ୍କୁ ୩.୫୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଫଳରେ ଏକ ୧୦୦୦ ଟିକିଆ ୨୦୦୦ ଟଙ୍କିଆ ବଣ୍ଡଲ ଛାପିବା ପାଇଁ ୩୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି ଯେ ଜୁଲାଇ ୨୦୧୬ରୁ ଜୁନ୍ ୨୦୧୮ ମଧ୍ୟରେ ସମସ୍ତ ନୂଆ ନୋଟର ଛପା ଖର୍ଚ୍ଚ ୧୨୮୭୭ କୋଟି ଟଙ୍କା ଥିଲା। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁଯାୟୀ ୨୦୦୦ ଟଙ୍କିଆ ୩୭୦.୨ କୋଟି ନୋଟ୍ ବଜାରକୁ ଛଡ଼ାଯାଇଥିଲା । ଏହାର ମୂଲ୍ୟ ୭.୪୦ ଲକ୍ଷ କୋଟି ଟଙ୍କା ଥିଲା। ସରକାର ୨୦୦୦ ଟଙ୍କିଆ ନୋଟ୍ ସହ ୫୦୦, ୨୦୦, ୧୦୦, ୨୦, ୨୦ ଓ ୧୦ ଟଙ୍କିଆ ନୂଆ ସିରିଜ୍ ନୋଟ୍ ମଧ୍ୟ ଜାରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-03-at-20.37.03.jpeg)