ବିଶ୍ୱର ସବୁଠାରୁ ବଡ କାନଭାସ ପେଣ୍ଟିଙ୍ଗ, ଚିତ୍ରଶିଳ୍ପୀଙ୍କୁ ମିଳିଲା ୪୫୦ କୋଟି ଟଙ୍କା

ନୂଆଦିଲ୍ଲୀ: ବେଳେବେଳେ କିଛି ଚିତ୍ର ଏତେ ଦାମରେ ବିକ୍ରି ହୋଇଥାଏ ଯେ ଯାହାର ମୂଲ୍ୟ ଶୁଣିଲେ ସମସ୍ତଙ୍କ ହୋସ ଉଡିଯାଇଥାଏ | ପେଣ୍ଟିଙ୍ଗ ଗୁଡିକ ଶହ ଶହ କୋଟି ଟଙ୍କାରେ ବିକ୍ରି ହୋଇଥାଏ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି | କିଛି ଏଭଳି ଘଟଣା ଏବେ ଦୁବାଇରେ ଘଟିଛି | ଦୁବାଇରେ ଏବେ ଏକ ପେଣ୍ଟିଙ୍ଗ ୪୫ ମିଲିୟନ ପାଉଣ୍ଡ ବା ପ୍ରାୟ ୪୫୦ କୋଟି ଟଙ୍କାରେ ନିଲାମ ହୋଇଛି |

ବଡ କଥା ଯେ ଏହି ପେଣ୍ଟିଙ୍ଗଟି ବିଶ୍ୱର ସବୁଠାରୁ ବଡ କାନଭାସ ପେଣ୍ଟିଙ୍ଗ ବୋଲି କୁହାଯାଉଛି | ଏହି ପେଣ୍ଟିଙ୍ଗକୁ ବ୍ରିଟିଶ ଚିତ୍ରଶିଳ୍ପୀ ସଚ୍ଚା ଜାଫରି ଆଙ୍କିଥିବାବେଳେ କୌଣସି ଜୀବିତ ଚିତ୍ରଶିଳ୍ପୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦାମୀ ପେଣ୍ଟିଙ୍ଗ ଭାବରେ ମାନ୍ୟତା ପାଇଛି |

ଏହି ପେଣ୍ଟିଙ୍ଗ ୧୭୧୭୬ ବର୍ଗଫୁଟ ବଡ ହୋଇଥିବାବେଳେ ଏଥିରେ ଚାରିଟି ଟେନିସ କୋର୍ଟ ସ୍ଥାନ ରହିଛି | ପେଣ୍ଟିଂକୁ ଦୁବାଇର ଆଟଲାଣ୍ଟିସ ହୋଟେଲର ଚଟାଣରେ ଅଙ୍କାଯାଇଛି | ପାଖାପାଖି ୭ ମାସରୁ ଅଧିକ ସମୟ ଧରି ଚିତ୍ର ଶିଳ୍ପୀ ଓ ତାଙ୍କ ଟିମ ଏହାକୁ ଆଙ୍କିଥିବାବେଳେ ଜାଫରି କହିଛନ୍ତି ଯେ ଦୁବାଇରେ ଲକଡାଉନ ସମୟରେ ଏହି ପେଣ୍ଟିଙ୍ଗ କରିବାକୁ ମନ ହୋଇଥିଲା | ଆଉ ଏଥିପାଇଁ ୧୦୬୫ଟି ତୁଳୀ ଓ ୬୩୦୦ ଲିଟର ରଙ୍ଗ ବ୍ୟବହାର ହୋଇଥିଲା |

ସମ୍ବନ୍ଧିତ ଖବର