ସାବଧାନ! ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି କଫ୍‌ ସିରପ, ଏହି ସିରପ ପାଇଁ ଚାଲିଗଲା ୯ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଜହର ପାଲଟିଲା କଫ ସିରପ ! ଜୀବନ ଦେବା ବଦଳରେ ଜୀବନ ନେଇଗଲା ଔଷଧ । କୋଲ୍ଡବେଷ୍ଟ-ପିସି ନାମକ କଫ ସିରପ ପିଇ ଏବେ ଚାଲିଯାଇଛି ୯ ଜଣ କୁନି କୁନି ଶିଶୁଙ୍କର ଜୀବନ । ତେବେ କଫ ସିରପର ଏହି ଭୟାବହତା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରରେ । ସୁସ୍ଥ ହେବା ଲାଗି ବ୍ୟବହାର କରାଯାଉଥିବା ଏହି ଔଷଧ ଏବେ ମୃତ୍ୟୁର ବାହକ ପାଲଟିଯାଇଛି । ଯାହାକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

ଡିଜିଟାଲ ଭିଜନ ଔଷଧ କଂପାନୀର କୋଲ୍ଡବେଷ୍ଟ-ପିସି ନାମକ କଫ ସିରପ ପିଇ ଜମ୍ମୁର ଉଧମପୁରରେ ୯ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏବେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆଉ ଯାଂଚ ପରେ ଜଣାପଡିଥିଲା କି ଏହି କଫ ସିରପରେ ଡାଇଏଥିଲିନ ଗ୍ଲାଇକୋଲର ମାତ୍ରା ଅଧିକ ରହିଛି । ଯାହା ସ୍ୱାସ୍ଥ ପାଇଁ କ୍ଷତିକାରକ ଅଟେ । ତେବେ ଘଟଣାଟି ସାମ୍ନାକୁ ଆସିବା ପରେ ଏବେ ଏହାକୁ ବ୍ୟାନ କରିଦିଆଯାଇଛି ।

ଅନ୍ୟପଟେ, ଡ୍ରଗ୍ସ ଆଣ୍ଡ ଫୁଡ କଂଟ୍ରୋଲ ଅର୍ଗାନାଇଜେସନର ଆସିଂଟାଂଟ କଂଟ୍ରୋଲର ସୁରିନ୍ଦର ମୋହନଙ୍କ କହିବା ଅନୁସାରେ, ପ୍ରାଥମିକ ଯାଂଚରୁ କୋଲ୍ଡବେଷ୍ଟ-ପିସିରେ ବିଷାକ୍ତ ତତ୍ୱ ଡାଇଏଥିଲିନ ଗ୍ଲାଇକୋଲର ମାତ୍ରା ମିଳିଛି । ଯେଉଁ କାରଣରୁ ଏହି ଶିଶୁଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ ଅଧିକ ତଥ୍ୟ ଜାଣିବା ପାଇଁ ଏହି କଫ ସିରପକୁ ବର୍ତ୍ତମାନ ଯାଂଚ ପାଇଁ ଚଣ୍ଡିଗଡସ୍ଥିତ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀକୁ ପଠାଇ ଦିଆଯାଇଛି । ଆଉ ଏହାର ଚୂଡାନ୍ତ ରିପୋର୍ଟ ଆସିବା ପରେ ହିଁ ଜଣାପଡିଯିବ କି, ପ୍ରକୃତରେ କେଉଁ କାରଣରୁ ଏହି ୯ ଶିଶୁଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ମାସକ ମଧ୍ୟରେ ଉଧମପୁରର ରାମନଗର ବ୍ଲକରେ ୯ ଜଣ ଶିଶୁଙ୍କର ଅକସ୍ମାତ୍ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଥିଲା । ତେବେ ଶିଶୁଙ୍କୁ କିଡନୀଜନିତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏମାନଙ୍କ ମୃତ୍ୟୁର ଗୋଟିଏ କଥା ସମାନ ଥିଲା କି, ଏହି ସମସ୍ତ ଶିଶୁଙ୍କୁ କୋଲ୍ଡବେଷ୍ଟ-ପିସି କଫ ସିରପ ପିଇବାକୁ ଦିଆଯାଇଥାଏ । ଏବଂ ଏହାକୁ ପିଇବା ପରେ ୧୭ ଜଣ ଶିଶୁ ହଠାତ୍ ଅସୁସ୍ଥ ହୋଇପଡିଥିଲା । ଯେଉଁମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର