ନୂଆଦିଲ୍ଳୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ୍ କୋଲଡ୍ରିଫ୍ ସହିତ ଜଡିତ ଶିଶୁ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। କଫ୍ ସିରପଜନୀତ ଶିଶୁ ମୃତ୍ୟୁ ମାମଲାକୁ ସପ୍ତାହ ବିତିଗଲା ପରେ ବି ଏପର୍ଯ୍ୟନ୍ତି ଶୋକାକୁଳ ପିତାମାତା ଉତ୍ତର ଖୋଜି ବୁଲୁଛନ୍ତି।
ତେବେ ଏହି ମାମଲାରେ ଏବେ ସୁଦ୍ଧା ମାତ୍ର ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଏକ ସରକାରୀ ହସ୍ପିଟାଲର ଜଣେ ଶିଶୁ ବିଶେଷଜ୍ଞ।
ତେବେ ରିପୋର୍ଟରୁ ଜଣାପଡ଼ିଛି ଯେ ଏପର୍ଯ୍ୟନ୍ତ, କୋଲଡ୍ରିଫ୍ ଖାଇବା ପରେ ୨୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ଯାହା କିଡନୀ ଫେଲ ହେବାର କାରଣ ହୋଇଥିବା ବେଳେ ଏହା ଅତ୍ୟନ୍ତ ବିଷାକ୍ତ ଶିଳ୍ପ ରାସାୟନିକ ପଦାର୍ଥ ଡାଏଥିଲିନ୍ ଗ୍ଲାଇକଲ୍ (DEG) ପଜିଟିଭ୍ ବୋଲି ପରୀକ୍ଷା ପରେ ଜଣାପଡ଼ିଥିଲା।
ମଧ୍ୟପ୍ରଦେଶ ପୁଲିସ ଡାକ୍ତର ପ୍ରବୀଣ ସୋନିଙ୍କୁ ଗିରଫ କରିଥିଲା, କିନ୍ତୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଥିଲା। ଔଷଧ କମ୍ପାନିକୁ କାହିଁକି କ୍ଲିନ୍ ଚିଟ୍ ଦିଆଗଲା ବୋଲି ପ୍ରଶ୍ନ କରିଥିଲା। ଡାକ୍ତରମାନେ ଗିରଫଦାରୀର ପ୍ରତିବାଦ କରିବା ସହିତ ଔଷଧ ନିୟାମକଙ୍କଠାରୁ ଦାୟିତ୍ୱ ଦାବି କରିଥିଲେ। କର୍ତ୍ତୃପକ୍ଷ ପ୍ରଦୂଷଣର ଉତ୍ସ ବିଷୟରେ ତଦନ୍ତ ଜାରି ରଖିଛନ୍ତି କିନ୍ତୁ ଅନେକ ପ୍ରଶ୍ନକୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।