ଗୁଜୁରାଟ୍‌, ହିମାଚଳ ପ୍ରଦେଶରେ ଭୋଟ୍‌ ଗଣତି ଆରମ୍ଭ

ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଗୁଜୁରାଟ ଓ ହିମାଚଳପ୍ରଦେଶରେ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଗୁଜୁରାଟ ନିର୍ବାଚନ ଫଳାଫଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଷ୍ଠା ବାଜିରେ ଲାଗିଥିବାରୁ ନିର୍ବାଚନ ଫଳାଫଳକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ଅପରପକ୍ଷେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ଗୁଜୁରାଟ୍‌ ନିର୍ବାଚନ ବେଳେ ଶ୍ରୀ ଗାନ୍ଧୀ କଂଗ୍ରେସ ଦଳର ବିଜୟ ପାଇଁ ରାତି ଦିନ ଏକ କରି ଲାଗି ପଡ଼ିଥିଲେ। ଏଥିପାଇଁ ଶ୍ରୀ ଗାନ୍ଧୀ ରାଜ୍ୟର ଛୋଟ ଛୋଟ ସଙ୍ଗଠନ ସହିତ ଆସନ ବୁଝାମଣା କରିଥିଲେ। ତେଣୁ ଏହି ନିର୍ବାଚନ ସହିତ ରାହୁଲ ଗାନ୍ଧୀଙ୍କ ଦକ୍ଷତା ମଧ୍ୟ ବାଜିରେ ଲାଗିଛି।

ଗୁଜୁରାଟ୍‌ରେ ୧୮୨ ବିଧାନସଭା ଆସନ ପାଇଁ ଓ ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର