ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ୪ଟି ଲୋକସଭା ଏବଂ ୧୨ଟି ବିଧାନସଭା ଉପନିର୍ବାଚନରେ ନିଆଯାଇଥିବା ଭୋଟ୍ଗୁଡ଼ିକର ଗଣନା ସମ୍ପ୍ରତି ଜାରି ରହିଛି। ଏପ୍ରିଲ୍ ୬ରେ କେରଳର ମାଲପୁରମ୍, ତାମିଲନାଡୁର କନ୍ୟାକୁମାରୀ ଏବଂ ଏପ୍ରିଲ୍ ୧୭ରେ କର୍ଣ୍ଣାଟକର ବେଲଗାମ୍ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଲୋକସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ କରାଯାଇଥିଲା।
ସେହିପରି, କର୍ଣ୍ଣାଟକର ବାସବକଲ୍ୟାଣ ଓ ମାସ୍କି, ଗୁଜରାଟର ମୋର୍ଭା ହାଦଫ୍, ଝାଡ଼ଖଣ୍ଡର ମଧୁପୁର, ମଧ୍ୟପ୍ରଦେଶର ଦାମୋ, ମହାରାଷ୍ଟ୍ରର ପନ୍ଧାରପୁଟ, ମିଜୋରାମର ସେର୍ଚିପ୍, ନାଗାଲାଣ୍ଡ୍ର ନୋକସେନ, ରାଜସ୍ଥାନର ସାହାର, ସୁଜନଗଡ଼ ଏବଂ ରାଜସମନ୍ଦ, ତେଲେଙ୍ଗାନାର ନାଗାର୍ଜୁନ ସାଗର, ଉତ୍ତରାଖଣ୍ଡର ସଲ୍ତ୍ରେ ଏପ୍ରିଲ୍୧୭ରେ ବିଧାନସଭା ଉପନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ କରାଯାଇଥିଲା।
Image Courtesy of CNBCTVସେହିପରି, ଉତ୍ତର ପ୍ରଦେଶ ଗ୍ରାମପଞ୍ଚାୟତ ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ ଗଣତି ମଧ୍ୟ କୋଭିଡ୍-୧୯ କଟକଣା ବାତାବରଣରେ ଆଜି ସକାଳେ ଆରମ୍ଭ ହୋଇଛି। ଏହା ‘ପେପର୍ ବାଲଟ୍’ ଭୋଟ୍ ହୋଇଥିବାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଗଣନା ଚାଲିବ। ଫଳାଫଳ ପ୍ରକାଶ ପାଇଲେ ବିଜୟ ପଟୁଆର ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। ସୂଚନାଯୋଗ୍ୟ, ଆଜି ଭୋଟ୍ ଗଣନା ନ କରିବା ପାଇଁ ସୁପ୍ରିମ୍ କୋର୍ଟ ଉତ୍ତର ପ୍ରଦେଶ ନିର୍ବାଚନ କମିସନ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ, କୋଭିଡ୍କଟକଣା ଅନୁଯାୟୀ ଗଣତି କରାଯିବ ବୋଲି ନିର୍ବାଚନ କମିସନ୍ ପ୍ରତିଶ୍ରୁତି ଦେବା ପରେ ସେଠାରେ ଭୋଟ୍ ଗଣନା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/UP.jpg)