ଆଜି ଗଣତି, ହିଂସା ଭୟ : ରାଜ୍ୟମାନଙ୍କୁ ସତର୍କ କରାଇଲା କେନ୍ଦ୍ର

ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ସ୍ବରାଷ୍ଟ୍ର ବିଭାଗର ଚିଠି, ଭୋଟ ଗଣତି କେନ୍ଦ୍ର ଭିତରେ, ବାହାରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଆସନ୍ତାକାଲି (ଗୁରୁବାର) ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ବି‌େରାଧୀ ଦଳ ଇଭିଏମ୍‌ ଜାଲିଆତି ଅଭିଯୋଗ କରିଛନ୍ତି। କେତେକ ନେତା ଏସଂପର୍କରେ ଉତ୍ତେଜନାକାରୀ ମନ୍ତବ୍ୟ ଦେଇଥିବାରୁ ଭୋଟ୍‌ ଗଣତି ବେଳେ ବ୍ୟାପକ ହିଂସା ହୋଇପାରେ। କେନ୍ଦ୍ର ସରକାର ଏଭଳି ଆଶଙ୍କା ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଆଜି ଏସଂପର୍କରେ ସମସ୍ତ ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ପତ୍ର ଲେଖାଯାଇଛି। ହିଂସାକାଣ୍ଡ ‌େରାକିବା ସହିତ ଏହାର ଉପଯୁକ୍ତ ମୁକାବିଲା କରିବା ଲାଗି ପତ୍ରରେ କୁହାଯାଇଛି।

ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକ କୁହାଯାଇଛି। ହିଂସା ରୋକିବା ପାଇଁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ସମସ୍ତ ଭୋଟ୍‌ ଗଣତି କେନ୍ଦ୍ର ଏବଂ ଇଭିଏମ୍‌ ଷ୍ଟ୍ରଂ ରୁମ୍‌ର ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଶାନ୍ତି ବଜାୟ ରଖିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ କରାଇ ଦିଆଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥ‌ା ଠାରୁ ଏସଂକ୍ରାନ୍ତ ସୂଚନା ପାଇବା ପରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ତତ୍ପରତାର ପ୍ରକାଶ କରିଥିବା ଜଣାପଡ଼ିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆର୍‌ଏଲ୍‌ଏସ୍‌ପି ସଭାପତି ଉପେନ୍ଦ୍ର କୁଶୱାହା ଗତକାଲି ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବାପରେ ଏହାକୁ ନେଇ ବିହାରରେ ହଙ୍ଗାମା ଆରମ୍ଭ ହୋଇଯାଇଛି । ଗଣତିରେ ବିପରୀତ ଫଳ ଆସିଲେ ରାଜ୍ୟରେ ରକ୍ତନଦୀ ବୋହିବ ବୋଲି କୁଶୱାହା ଧମକ ଦେଇଥିଲେ। ବିଜେପି ଏବଂ ଜେଡିୟୁ ଏଭଳି ବୟାନକୁ ଜୋର୍‌ଦାର ବିରୋଧ କରିଛନ୍ତି। ଆଜି କେତେକ ଏନ୍‌ଡିଏ ନେତା ହିଂସାର ଜବାବ ହିଂସାରେ ଦିଆଯିବ ବୋଲି କହିବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଇଭିଏମ୍‌କୁ ନେଇ ସୋସିଆଲ ମିଡିଆରେ ନାନା ବିବାଦୀୟ ପୋଷ୍ଟ୍‌ ଯୋଗୁଁ ମଧ୍ୟ ବିଭ୍ରାନ୍ତି ଉପୁଜିଛି। ବିଶେଷ କରି ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଂଗ ଏବଂ ତ୍ରିପୁରାରେ ଅଧିକ ହିଂସା ଆଶଙ୍କା ରହିଥିବାରୁ ସମସ୍ତ ଜିଲ୍ଲାପାଳମାନେ ଏ ଦିଗରେ ସର୍ବାଧିକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

କେମିତିି ହେବ ଭୋଟ ଗଣତି

ଗୁରୁବାର ଦିନ ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟ ବିଧାନସଭା ପାଇଁ ଭୋଟ ଗଣତି କରାଯିବ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ମଧ୍ୟ ଭୋଟ ଗଣତି ହେବ
ଲୋକସଭାର ୫୪୨ ଆସନରେ ୮ ହଜାରରୁ ଅଧିକ ପ୍ରାର୍ଥୀ ଅଛନ୍ତି
୭ଟି ପର୍ଯ୍ୟାୟରେ ନିର୍ବ‌ାଚନ ହୋଇଥିଲ‌ା
୯୦ କୋଟି ଭୋଟରଙ୍କ ମଧ୍ୟରୁ ୬୭% ‌ମତଦାନ କରିଥିଲେ
ଏହା ହେଉଛି ଲୋକସଭା ମତଦାନରେ ସର୍ବକାଳୀନ ରେକର୍ଡ
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘେ‌ାଷିତ ହେବ
ପ୍ରଥମ ଥର ଲାଗି ଭୋଟିଂ ମେସିନ (ଇଭିଏମ୍) ସହିତ ଭିଭିପିଏଟି ସ୍ଲିପ୍‌ର ମେଳ କରାଯିବ
ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ଲେଖାଏଁ ବୁ୍‌ଥରେ ଏହି ମେଳ ବା ମ୍ୟାଚିଂ କରାଯିିବ
ଦେଶରେ ମୋଟ ୧୦ ଲକ୍ଷ ୩୦ ହଜାର ମତଦାନ କେନ୍ଦ୍ର ରହିଛି
୨୦ ହଜାର ୬୦୦ ମତଦାନ କେନ୍ଦ୍ରରେ ଏଭିଏମ୍‌ ଗଣତି ସହିତ ପେପର ଗଣତି ମ୍ୟାଚିଂ ବା ମେଳ କରାଯିବ
ପରଂପରା ଅୁନଯାୟୀ ପ୍ରଥମେ ଇଭିଏମରେ ‌େଭାଟ୍ ଗଣତି କରାଯିବ
ଏହାପରେ ଭିଭିପିଏଟି ସ୍ଲିପ୍ ଗଣତି ହେବ
ଭିଭିପିଏଟି ସ୍ଲିପ୍ ଗଣତି ପରେ ଇଭିଏମ୍ ଗଣତି ସହ ମ୍ୟାଚିଂ ବା ମେଳ କରାଯିବ
ଏହା ମେଳ ନ ଖାଇଲେ ଭିଭିପିଏଟି ଗଣତିକୁ ଚୂଡାନ୍ତ ବୋଲି ଗ୍ରହଣ କରାଯିବ
ଏଭଳି ପ୍ରକ୍ରିୟା ପାଇଁ ୪ରୁ ୫ ଘଣ୍ଟା ଅଧିକ ସମୟ ଲାଗିବ
ଇଭିଏମରେ ଗଣତି ସହିିତ ପୋଷ୍ଟାଲ ବାଲଟ୍ ମଧ୍ୟ ଗଣତି ଏକ ସଙ୍ଗରେ ହେବ
୧୮ ଲକ୍ଷ ମଧ୍ୟରୁ ୧୬ ଲକ୍ଷ ୫୦ ହଜାର ପୋଷ୍ଟାଲ ବାଲଟ୍ ଆସିଛି
ସେନା, ଅର୍ଧସାମରିକ ବାହିନୀ, ରାଜ୍ୟ ‌େପାଲିସ ବାହିନୀ ତଥା ବିଦେଶରେ ଥିବା ଭାରତୀୟ ଦୂତାବାସର କର୍ମଚାରୀ ପୋଷ୍ଟାଲରେ ଭୋଟ ଦିଅନ୍ତି

ସମ୍ବନ୍ଧିତ ଖବର