ଗ୍ରେଟର ନୋଏଡାରେ ନିର୍ମାଣ ହେବ ଦେଶର ପ୍ରଥମ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ

ଗ୍ରେଟର ନୋଏଡା : ନିର୍ମାଣ ହେବାକୁ ଯାଉଛି ଦେଶର ପ୍ରଥମ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ । ଗ୍ରେଟର ନୋଏଡାରେ ଏହାକୁ ନିର୍ମାଣ କରାଯିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହାର ସମସ୍ତ ଖର୍ଚ୍ଚ ବହନ କରିବେ । ବିଶ୍ୱସ୍ତରୀୟ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ପାଇଁ ଗୃହ ମନ୍ତ୍ରାଳୟ ପ୍ରାଥମିକତା ଦେବ ବୋଲି କହିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଶ୍ୱବିଦ୍ୟାଳୟ ନିର୍ମାଣ ହେବା ପରେ ସେଠାରେ, ପୋଲିସିଙ୍ଗ୍‌ ସାଇନ୍ସ, ଫରେନ୍‌ସିକ୍‌ ସାଇନ୍ସ, ସାଇବର ଫରେନ୍‌ସିକ୍‌, କ୍ରିମିନୋଲୋଜି, କ୍ରିମିନାଲ ଜଷ୍ଟିସ୍‌, ରିସ୍କ ମ୍ୟାନେଜମେଣ୍ଟ ଭଳି ସମ୍ବନ୍ଧିତ ବିଷୟ ଉପରେ ପାଠ ପଢ଼ାଯିବ । ଛାତ୍ର-ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ବୃତ୍ତି ସୁବିଧା ମଧ୍ୟ ରଖାଯିବ ବୋଲି ଜଣା ପଡ଼ିଛି । ଗ୍ରେଟର ନୋଏଡାରେ ଥିବା ଆଇଟି ପାର୍କରେ ୧୦୦ଏକର ଜମିକୁ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଚିହ୍ନଟ କରାଯାଇଛି । ଖୁବ୍‌ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର