ଏପର୍ଯ୍ୟନ୍ତ କରୋନାଭାଇରସ୍ ସଂକ୍ରମଣ ହୋଇ ନ ଥିବା ବିଶ୍ୱର କେତେକ ଦେଶ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାଭାଇରସ୍ ଶହ ଶହ ଦେଶକୁ ସଂକ୍ରମିତ ହୋଇଥିଲେ ବି କେତେକ ଦେଶକୁ ଏପର୍ଯ୍ୟନ୍ତ ପ୍ରବେଶ କରିପାରି ନାହିଁ । ମିଳିଥିବା ତଥ୍ୟ ଅନୁସାରେ, କ୍ଷୁଦ୍ର ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶଗୁଡ଼ିକରେ କରୋନାଭାଇରସ୍ ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି । ସେଗୁଡ଼ିକ ହେଉଛି ସୋଲୋମନ ଦ୍ୱୀପପୁଞ୍ଜ, ବନୁଆତୁ, ସାମୋଆ, କିରିବାତି, ମାଇକ୍ରୋନେସିଆ, ଟୋଙ୍ଗା, ମାର୍ସାଲ୍ ଆଇଲାଣ୍ଡସ୍ ପାଲାଉ, ତୁବାଲୁ ଏବଂ ନାଉରୁ । ଦୂରତା ଏବଂ ଭ୍ରମଣ କଟକଣା ଯୋଗୁଁ ଏହି ଦ୍ୱୀପଦେଶଗୁଡ଼ିକରେ କରୋନାଭାଇରସ୍ ସଂକ୍ରମଣ ହୋଇ ପାରି ନ ଥିବା କୁହାଯାଉଛି ।

ଏହାଛଡ଼ା ଏସିଆ ମହାଦେଶର ଉତ୍ତର କୋରିଆ ଏବଂ ୟେମେନ୍, ତୁର୍କମେନିସ୍ତାନ ଓ ତାଜିକିସ୍ତାନ ଆଦି ଦେଶରେ ମଧ୍ୟ କରୋନାଭାଇରସ୍ ସଂକ୍ରମଣ ହୋଇଥିବାର ଖବର ଆସିନାହିଁ ।

Image Source: BBC

ତାଙ୍କ ଦେଶରେ କେହି ଜଣେ ବି କରୋନାଭାଇରସ୍ ଆକ୍ରାନ୍ତ ହୋଇନାହାନ୍ତି ବୋଲି ଉତ୍ତର କୋରିଆ କରୁଥିବା ଦୃଢ଼ୋକ୍ତି ଉପରେ କେତେକ ଆନ୍ତର୍ଜାତିକ ବିଶେଷଜ୍ଞ ସନ୍ଦେହ ପ୍ରକଟ କରୁଛନ୍ତି ।

ପ୍ରାପ୍ତ ତଥ୍ୟ ଅନୁସାରେ ସମଗ୍ର ବିଶ୍ୱକୁ ବ୍ୟାପିବା ପୂର୍ବରୁ କରୋନାଭାଇରସ୍ ଚୀନରେ ୮୦ ହଜାର ଲୋକଙ୍କୁ ଆକ୍ରାନ୍ତ କରି ସେଥିରୁ ୩୦୦ ଜଣଙ୍କର ମୃତ୍ୟୁର କାରଣ ହୋଇଥିଲା ।

ଏବେ ସମଗ୍ର ବିଶ୍ୱରେ ୧. ୨ ନିୟୁତ ଲୋକ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି ଏବଂ ୬୦ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର