ଭାରତରେ ଗତ ୨୪ଘଣ୍ଟାରେ ୧,୬୧,୭୩୬ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବଢ଼ୁଛି କରୋନା ମିଟର। ଦେଶରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ୧ଲକ୍ଷରୁ ଅଧିକ ସଂକ୍ରମିତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୧,୭୩୬ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୮୭୯ଜଣ ମୃତ୍ୟୁବରଣ କରିଛନ୍ତି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୬,୮୯,୪୫୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୮୭୯ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୧,୦୫୮ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୭୧୬୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୨୨,୫୩, ୬୯୭। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୨,୬୪,୬୯୮।

Coronavirus Lockdown Highlights: 51,000 Covid-19 cases in Maharashtra today; daily count in Mumbai drops to 6,905 - The Financial Express
The Financial Express

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୦,୮୫,୩୩,୦୮୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସଂକ୍ରମଣ ବଢ଼ଥିବା ସହ ଟିକାର ଅଭାବକୁ ଦେଖି ଏବେ ଭାରତରେ ଋଷର କରୋନା ଟିକା ସ୍ପୁଟନିକ-ଭିକୁ ଅନୁମତି ଦେଇଛନ୍ତି ଡିସିଜିଆଇ।

ସମ୍ବନ୍ଧିତ ଖବର