୨୪ ଘଣ୍ଟା ମଧ୍ୟରେ ୭୫,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୦୦ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର କରିଛି। ୨୪ଘଣ୍ଟାରେ ୭୫,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୦ଜଣ ମୃତ୍ୟୁବରଣ କରିଛନ୍ତି। ନୂତନ ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୧୭୮୨ରେ ପହଞ୍ଚିଛି।

ଅକ୍ଟୋବର ୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୫,୪୯,୩୭୩ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୫୦୯୯୬୬ ଜଣ ସୁସ୍ଥ ହୋଇଛନ୍ତି। ବାକି ୧୦୧୭୮୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା  ୭୫,୮୨୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୬୨୫ ରହିଛି।

Coronavirus: Key terms explained - Coronavirus and Covid-19 | The Economic Times
The Economic Times

ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୫୬ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୩.୮୪ ପ୍ରତିଶତ ରହିଛି। ସାରା ବିଶ୍ବରେ ଭାରତର ସୁସ୍ଥତାର ହାର ଏବେ ସବୁଠାରୁ ଅଧିକ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ଏଯାବତ୍ ୪୮୧୮୫୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର