ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ  ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୭୦ ହଜାର  ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୯ ଲକ୍ଷରେ ପହଞ୍ଚିଛି।  ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୭୮୩୬୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୬୪ଜଣଙ୍କ ମୃତ୍ୟୁ ଘଟିଛି।

Advertisment

publive-image Al Jazeera

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୯,୦୬,୧୫୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୯୩୫୯୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୬୪୯୦କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୫୯୦୬୦୬୯ରେ ପହଞ୍ଚିଛି ।  ଗତ ୨୪ ଘଣ୍ଟାରେ ଭାରତରେ ୭୦୪୯୬ ନୂଆ ମାମଲା ସାମ୍ନାକୁ ଆସିଛି ଓ ୯୬୪ଜଣ ମୃତ୍ୟୁବରଣ କରିଛନ୍ତି ।