ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୭୩ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୯ ଲକ୍ଷରେ ପହଞ୍ଚିଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୨୭୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୬ଜଣଙ୍କ ମୃତ୍ୟୁ ଘଟିଛି।
11,64,018 samples tested for #COVID19 yesterday. Total 8,57,98,698 samples tested in the country up to 9th October: Indian Council of Medical Research (ICMR) pic.twitter.com/JdTnRd9Veb
— ANI (@ANI) October 10, 2020
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୯,୭୯,୪୨୪ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୮୩୧୮୫ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୭୪୧୬କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୫୯୮୮୮୨୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଭାରତରେ ୭୩,୨୭୨ ନୂଆ ମାମଲା ସାମ୍ନାକୁ ଆସିଛି ଓ ୯୨୬ଜଣ ମୃତ୍ୟୁବରଣ କରିଛନ୍ତି ।
ଏହା ସହ ଦେଶରେ ଅକ୍ଟୋବର ୯ପର୍ଯ୍ୟନ୍ତ ୮,୫୭,୯୮,୬୯୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ୧୧,୬୪,୦୧୮ନମୁନା ପରୀକ୍ଷା କରାଯାଇଛି।