୨୪ଘଣ୍ଟାରେ ୬୬,୭୩୨କରୋନା ଆକ୍ରାନ୍ତ ଚିହ୍ନଟ, ୭୧,୫୫୯ଜଣ ସୁସ୍ଥ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୬୬ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୧ ଲକ୍ଷ ପାର କରିଛି।  ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୭୧,୫୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧୬ଜଣଙ୍କ ମୃତ୍ୟୁ ଘଟିଛି।

Genetic Engineering and Biotechnology News

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୭୧,୨୦,୫୩୮ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୧୮୫୩ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୯୧୫୦କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୬୧୪୯୫୩୫ରେ ପହଞ୍ଚିଛି ।  ଗତ ୨୪ ଘଣ୍ଟାରେ ଭାରତରେ ୬୬,୭୩୨ ନୂଆ ମାମଲା ସାମ୍ନାକୁ ଆସିଛି ଓ ୮୧୬ଜଣ ମୃତ୍ୟୁବରଣ କରିଛନ୍ତି ।

ଏହା ସହ ଦେଶରେ ଅକ୍ଟୋବର ୧୧ପର୍ଯ୍ୟନ୍ତ ୮,୭୮,୭୨,୦୯୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ୯,୯୪,୮୫୧ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.