ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ପାର୍ ହେଲା କରୋନା ସଂକ୍ରମିିତଙ୍କ ସଂଖ୍ୟା। ଦୈନିକ ପ୍ରାୟ ୫୦ ହଜାରରୁ ଊର୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କରୋନା ମିଟର ଦିନକୁ ଦିନ କମି କମି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬ହଜାର ୭୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୦୬୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଢ଼େର ଅଧିକ ରହିଛି। ୨୪ଘଣ୍ଟାରେ ୪୬ହଜାର ୭୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୭୨୦ଜଣ ସୁସ୍ଥ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯୭ରେ ପହଞ୍ଚିଛି। ଏବେ ସକ୍ରିୟ ଅଛନ୍ତି ୭ ଲକ୍ଷ ୪୮ହଜାର ୫୩୮ ସଂକ୍ରମିତ। ଏହା ସହ ନୂତନ ୬୯୭୨୦ଜଣ ସଂଖ୍ୟାକୁ ମିଶାଇ ଦେଶରେ ୬୭ ଲକ୍ଷ ୩୩ହଜାର ୩୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।