ନୂଆଦିଲ୍ଳୀ: ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ତଳକୁ ରହୁଥିବା ବେଳେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୫୦ ହଜାର ୨୦୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୮୩ ଲକ୍ଷ ୬୪ହଜାର ୦୮୬ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ସହ ଆଜି ମୃତ୍ୟୁ ସଂଖ୍ୟା ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୭୦୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ହଜାର ୩୧୫ରେ ପହଞ୍ଚିଛି।
ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୭ଲକ୍ଷ ୧୧ହଜାର ୮୦୯ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୫୫ ହଜାର ୩୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫ ଲକ୍ଷ ୨୭ହଜାର ୯୬୨ ଜଣ।
Total 11,42,08,384 samples tested for #COVID19 up to 3rd November. Of these, 12,09,425 samples were tested yesterday: Indian Council of Medical Research (ICMR) pic.twitter.com/ugO4mIYrsE
— ANI (@ANI) November 5, 2020
ସେହିପରି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ୦୯ ହଜାର ୪୨୫ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୪୨,୦୮, ୩୮୪ନମୁନା ପରୀକ୍ଷା ହୋଇ ସାରିଲାଣି।