ନୂଆଦିଲ୍ଳୀ: ଗତକାଲି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ପାର କରିଥିବା ବେଳେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ତଳକୁ ଖସିିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୭ ହଜାର ୬୩୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୮୪ ଲକ୍ଷ ୧୧ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଭଳି ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୬୭୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ହଜାର ୯୮୫ରେ ପହଞ୍ଚିଛି।
ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୭ଲକ୍ଷ ୬୫ହଜାର ୯୬୬ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୫୪ ହଜାର ୧୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫ ଲକ୍ଷ ୨୦ହଜାର ୭୭୩ଜଣ।
 CalMatters
 CalMattersସେହିପରି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ୦୯ ହଜାର ୪୨୫ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୪୨,୦୮, ୩୮୪ନମୁନା ପରୀକ୍ଷା ହୋଇ ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Corona-in-India-on-6th-November_Thumbnail.jpg)
