ନୂଆଦିଲ୍ଳୀ: ୫୦,୦୦୦ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୫ହଜାର ୬୭୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୦୭ହଜାର ୭୫୪ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଭଳି ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୫୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ହଜାର ୧୨୧ରେ ପହଞ୍ଚିଛି।

Advertisment

ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୯ଲକ୍ଷ ୬୮ହଜାର ୯୬୮ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୦୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫ ଲକ୍ଷ ୧୨ହଜାର ୬୬୫ଜଣ।

Coronavirus Outbreak: Know The Difference Between Social distancing,  Self-Isolation and Quarantine Flynote

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୯୪ ହଜାର ୪୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୭୭,୩୬, ୭୯୧ନମୁନା ପରୀକ୍ଷା ହୋଇ ସାରିଲାଣି।