୨୪ଘଣ୍ଟାରେ ୪୫,୫୭୬ଜଣ କରୋନା ସଂକ୍ରମିତ, ୫୮୫ମୃତ

 

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୪୫ ହଜାର ୫୭୬ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୯,୫୮,୪୮୪ରେ ପହଞ୍ଚିଛି ଓ ୫୮୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୫,୫୭୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୯,୫୮,୪୮୪ରେ ପହଞ୍ଚିଛି । ଏହା ମଧ୍ୟରୁ ୪୪୩୩୦୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୧୫୭୮ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୩,୮୩,୬୦୨ରେ ପହଞ୍ଚିଛି ।

ଏହା ସହ ବୁଧବାର ଦେଶରେ ୧୦,୨୮,୨୦୩ଟି ନମୂୂନା ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ୧୮ପର୍ଯ୍ୟନ୍ତ ୧୨,୮୫,୦୮,୩୮୯ଟି ନମୂନା ପରୀକ୍ଷା ସରିଛି। ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଆଗାମୀ ଦିନରେ ସଂକ୍ରମଣର ୨ୟ ଲହରୀ ଆସିବାର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ଓ ସରକାର । ଏ ନେଇ ଲୋକଙ୍କୁ ସତର୍କ ରହିବା ସହ କରୋନା ପ୍ରୋଟୋକଲ ମାନି ଚଳିବା ପାଇଁ କୁହାଯାଉଛି।

ସମ୍ବନ୍ଧିତ ଖବର