ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୬,୪୬,୦୧୦ରେ ପହଞ୍ଚିଛି । ଏହା ମଧ୍ୟରୁ ୯୬୮୩୭୭ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୦୦୨୦ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୫,୮୭୬,୧୩ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୫୯% ରହିଥିବା ବେଳେ ଆରୋଗ୍ୟ ହାର ୮୧.୨୫% ରହିଛି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ବର୍ତ୍ତମାନ ୭,୦୯୭,୯୩୭ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୩୪୬,୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/sambad/media/post_attachments/0cbf4b99955a2e4881da93f4c3224cce6fcc798802590c1532c8140a385c2e08.jpg)
ଗତକାଲି ୨୪ଘଣ୍ଟାରେ ୭୫,୦୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ୮୩,୩୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୨୪ଘଣ୍ଟାରେ ୧୦୮୫ଜଣ ମୃତ୍ୟୁବରଣ କରିଛନ୍ତି। ଏହା ସହ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୫,୬୨,୬୬୩ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୯୭୫୮୬୧ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୮,୯୩୫ ରହିଥିଲା । ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୪,୯୭୮,୬୭ରେ ପହଞ୍ଚିଥିଲା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୦% ରହିଥିବା ବେଳେ ଆରୋଗ୍ୟ ହାର ୮୦.୧୨% ରହିଥିଲା। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଥିଲା। ତା’ ପଛକୁ ରହିଥିଲା ଆମେରିକା।