ନୂଆଦିଲ୍ଲୀ: ସେପ୍ଟେମ୍ବର ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫୯, ୯୨, ୫୩୨ ଲକ୍ଷ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୯,୪୧,୬୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୯୪, ୫୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୮,୬୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୫୬,୪୦୨ ରହିଛି। ୨୪ ଘଣ୍ଟାରେ ୧୧୨୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।
Forbesଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥତା ସଂଖ୍ୟା ୯୪, ୦୦୦ ଟପିଥିବା ବେଳେ ସମଗ୍ର ଭାରତରେ ସକ୍ରିୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ଲକ୍ଷକୁ ଖସି ଆସିଛି। କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିବା ୫୯.୯୨ ଲକ୍ଷ୍ ରୋଗୀଙ୍କ ମଧ୍ୟରୁ ୪୯.୪୧ ଲକ୍ଷ ରୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି। ଏହାଛଡ଼ା ସେପ୍ଟେମ୍ବର ୧୯ ତାରିଖ ଠାରୁ ଭାରତରେ କୋଭିଡ୍-୧୯ଜନିତ ଦୈନିକ ମୃତ୍ୟୁସଂଖ୍ୟା ଖୁବ୍ କମ୍ ରହୁଛି। ଦେଶରେ ମୃତ୍ୟୁ ହାର୧.୫୮ପ୍ରତିଶତ ରହିଥିବା ବେଳେ ଅରୋଗ୍ୟ ହାର ୮୨.୧୪ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/14-36-copy.jpg)