୨୪ ଘଣ୍ଟା ମଧ୍ୟରେ ୮୬,୮୨୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୮୧ ମୃତ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୮୬ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଏହା ସାମାନ୍ୟ କମ୍‌, ତଥାପି ବି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲୋକଙ୍କ ଭିତରେ ଭୟ ଉପୁଜାଉଛି।

ଅକ୍ଟୋବର ୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୩,୧୨, ୫୮୪ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୨,୭୩,୨୦୧ ଜଣ ସୁସ୍ଥ ହୋଇଛନ୍ତି। ବାକି ୯୮, ୬୭୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୬,୮୨୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୪୦, ୭୦୫ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୧ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ସମୁଦାୟ ୧୪,୨୩,୦୫୨ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିବା ସୂଚନା ରହିଛି।

The Economic Times

ଗତକାଲି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୨, ୨୫, ୭୬୩ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୫୧,୮୭,୮୨୫ ଜଣ ସୁସ୍ଥ ହୋଇଥିଲେ। ବାକି ୯୭, ୪୯୭ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୦,୪୭୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୪୦, ୪୪୧ ରହିଥିଲା। ୨୪ ଘଣ୍ଟା ମଧ୍ୟରେ ୧୧୭୯ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ସମୁଦାୟ ୧୦,୮୬,୬୮୮ ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିଥିଲା | ଗତକାଲି ତୁଳନାରେ ଆଜିର ପରୀକ୍ଷଣ ସଂଖ୍ୟା ଅଧିକ ରହିଛି |

ସମ୍ବନ୍ଧିତ ଖବର