୪ମାସ ପରେ ଦେଶରେ କମିଲା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା: ୨୪ଘଣ୍ଟାରେ ୩୦,୦୯୩ କରୋନା ସଂକ୍ରମିତ ଚିହ୍ନଟ, ୩୭୪ ମୃତ

ନୂଆଦିଲ୍ଲୀ: ୪ମାସ ପରେ କମିଲା କରୋନା ସଂକ୍ରମଣ | ଏ ୪ମାସ ମଧ୍ୟରେ କରୋନାର ଦ୍ଵିତୀୟ ଲହର ଭାରତକୁ କଲବଲ କରିଥିବା ବେଳେ ଆଜି ଟିକେ ଆଶ୍ୱସ୍ତ କଲା ଭଳି ଖବର ଆସିଛି | ୪ମାସ ପରେ ୩୦,୦୦୦ରେ ପହଞ୍ଚିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ସବୁଠାରୁ ବଡ଼ କଥା ହେଲା ମୃତ୍ୟୁ ସଂଖ୍ୟା ୪୦୦ତଳକୁ ରହିଛି |

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ କରୋନାରେ ଦେଶରେ ୩୭୪ ଜଣଙ୍କର ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୪,୩୨୨ରେ ପହଞ୍ଚି ଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୪,୪୮୨ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ଦେଶରେ ୪୫, ୨୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

Tampere University Library Units will close 18.3.2020 – necessary text/course books will be available | Tampere universities

ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ଏବେ ମୋଟ ୩,୦୩, ୫୩,୭୧୦ଜଣ ସୁସ୍ଥ ହୋଇସାରିଛନ୍ତି | ଏହା ସହ ୪,୦୬,୧୩୦ଟି ସକ୍ରିୟ ମାମଲା ରହିଛି | ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୪୧.୧୮ କୋଟି ଟିକା ଦିଆଯାଇସାରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୨,୬୭,୩୦୯ଙ୍କୁ ଟିକା ଦିଆଯାଇଛି |

ସମ୍ବନ୍ଧିତ ଖବର