ନୂଆଦିଲ୍ଲୀ: ଗତ ୨୧ତାରିଖରେ ଦେଶରୁ ୪୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ଟିକେ କମ ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ କରୋନାରେ ଦେଶରେ ୪୮୩ ଜଣଙ୍କର ମୃତ୍ୟୁ ଘଟିଛି।
ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨ରେ ପହଞ୍ଚି ଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୯,୪୭୦ରେ ପହଞ୍ଚିଛି। ତେବେ ଆଜି ସଂକ୍ରମିତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି | ଗତ ୨୪ଘଣ୍ଟାରେ ଦେଶରେ ୩୮,୭୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |
/sambad/media/post_attachments/8360650ea67ddedaa52ecd170d913bd1a3a49ad5bc755879b5eae1396f040eac.jpg)
ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ଏବେ ମୋଟ ୩,୦୪, ୬୮,୦୭୯ଜଣ ସୁସ୍ଥ ହୋଇସାରିଛନ୍ତି | ଏହା ସହ ୪,୦୫,୫୧୩ଟି ସକ୍ରିୟ ମାମଲା ରହିଛି | ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୪୨,୩୪,୧୭,୦୩୦ କୋଟି ଟିକା ଦିଆଯାଇସାରିଛି।