ଦେଶରେ ପ୍ରଥମ:ରାଜ୍ୟମାନଙ୍କ ସାମାଜିକ ପ୍ରଗତି ତାଲିକା ପ୍ରକାଶ

ସାମାଜିକ ପ୍ରଗତିରେ ପଛୁଆ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା

ନୂଆଦିଲ୍ଲୀ:ରାଜ୍ୟମାନଙ୍କ ସାମାଜିକ ପ୍ରଗତି ସମ୍ପର୍କିତ ତାଲିକାରେ ଓଡିଶାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦେଶର ୨୯ଟି ରାଜ୍ୟର ସାମାଜିକ ପ୍ରଗତି ସୂଚୀରେ ଓଡିଶା ୨୫ତମ ସ୍ଥାନରେ ରହିଛି। ନିକଟରେ କେନ୍ଦ୍ର ସରକାରଙ୍କ ଆର୍ଥିକ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ,ନିତି ଆୟୋଗର ସିଇଓ ଅମିତାଭ କାନ୍ତ ଓ ଡକ୍ଟର ଯୋଗେଶ ସୁରୀଙ୍କ ପରାମର୍ଶକ୍ରମେ ଗୁରୁଗ୍ରାମ ସ୍ଥିତ ‘ଇନଷ୍ଟିଚ୍ୟୁଟ ଫର କମ୍ପିଟିଟିଭନେସ’ ଦ୍ୱାରା ଦେଶର ସାମାଜିତ ପ୍ରଗତି ସମ୍ପର୍କୀତ ତାଲିକା ପ୍ରସ୍ତୁତ କରାଯାଇଛି।
ସାମାଜିକ ପ୍ରଗତି ତାଲିକାରେ ରାଜ୍ୟମାନଙ୍କୁ ସାମାଜିକ ପ୍ରଗତି ସମ୍ପର୍କୀତ ବିଭିନ୍ନ ସୂଚାଙ୍କ କୁ ଆକଳନ କରାଯାଇ ତାଲିକାଭୁକ୍ତ କରାଯାଇଛି।ସୂଚାଙ୍କ ପ୍ରସ୍ତୁତ କରାଯିବା ସମୟରେ ମଣିଷର ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ନମ୍ବର ଦିଆଯାଇଛି।ରାଜ୍ୟ ଗୁଡିକୁ ସ୍କୋରିଙ୍ଗ ଆଧାରରେ ଉଚ୍ଚ,ମଧ୍ୟମ ଓ ନିମ୍ନ ସାମାଜିକ ପ୍ରଗତିଶୀଳ ରାଜ୍ୟ ଭାବେ ଶ୍ରେଣୀଭୁକ୍ତ କରାଯାଇଛି।ଉଚ୍ଚ ସାମାଜିକ ପ୍ରଗତିଶୀଳ ରାଜ୍ୟ ତାଲିକାରେ ୧୫ଟି ରାଜ୍ୟ ରହିଛନ୍ତି।କେରଳ(୬୫.୦୯) ସହ ପ୍ରଥମ,ହିମାଚଳପ୍ରଦେଶ(୬୫.୩୯) ସହ ଦ୍ୱିତୀୟ,ତାମିଲନାଡୁ(୬୫.୩୪) ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଏହି ବିଭାଗରେ ଥିବା ଅନ୍ୟ ତାୟରାଜ୍ୟ ଗୁଡିକ ହେଳା ଉତ୍ତରାଖଣ୍ଡ(୬୪.୧୮),ଗୋଆ(୬୩.୩୯),ମିଜୋରାମ(୬୨.୮୯),ସିକ୍କିମ(୬୨.୭୨),ପଞ୍ଜାବ(୬୨.୧୮),ଦିଲ୍ଲୀ(୬୦.୧୭),କର୍ଣ୍ଣାଟକ(୫୯.୭୨),ମହାରାଷ୍ଟ୍ର(୫୯.୮୮),ହରିଆଣା(୫୭.୨୭),ନାଗାଲାଣ୍ଡ(୫୬.୭୬),ଛତିଶଗଡ୫୬.୬୯) ଓ ଗୁଗୁଜୁରାଟ(୫୬.୬୫)।ମଧ୍ୟମସାମାଜିକ
ଗୁଜୁରାଟ(୫୬.୬୫)।ମଧ୍ୟମ ସାମାଜିକ ପ୍ରଗତିଶୀଳ ରାଜ୍ୟ ତାଲିକାରେ ସାତଟି ରାଜ୍ୟ ରହିଛନ୍ତି।ସେହି ରାଜ୍ୟ ଗୁଡିକ ହେଲା ଆନ୍ଧ୍ରପ୍ରଦେଶ(୫୬.୧୩),ମଣିପୁର(୫୫.୫୦),ଜାମ୍ମୁକାଶ୍ମୀର(୫୫.୪୧),ଅରୁରାଚଳପ୍ରଦେଶ(୫୫.୨୪),ମଧ୍ୟପ୍ରଦେଶ(୫୫.୦୩),ପଶ୍ଚିମବଙ୍ଗ(୫୪.୩୭) ଓ ମେଘାଳୟ(୫୩.୫୧)।ସାମାଜିକ ପ୍ରଗତିରେ ମନ୍ଥରତା ଥିବା ରାଜ୍ୟ ତାଲିକାରେ ମଧ୍ୟ ସାତ ଗୋଟି ରାଜ୍ୟ ରହିଛନ୍ତି।ସେଗୁଡିକ ହେଲା ତ୍ରିପୁରା(୫୩.୨୨),ରାଜସ୍ଥାନ(୫୨.୩୧),ଓଡିଶା(୫୧.୬୪),ଉତ୍ତରପ୍ରଦେଶ(୫୦.୯୬),ଆସାମ(୪୮.୫୩),ଝାଡଖଣ୍ଡ(୪୭.୮୦) ଓ ବିହାର(୪୪.୮୦)।ବିଶେଷଜ୍ଞ ମାନଙ୍କ କହିବାନୁସାରେ ଏହି ରିପୋର୍ଟଦ୍ୱାରା ପ୍ରକାଶିତ ଏକ ନୂଆ ମଡେଲ ପ୍ରସ୍ତୁତ କରିବାରେ ନୀତି ନିର୍ଦ୍ଧାରଣକାରୀଭ୍କୁ ସାହାଯ୍ୟ ମିଳିପାରିବ।ରିପୋର୍ଟରେ ଯେଉଁ ରାଜ୍ୟମାନଙ୍କରେ ପ୍ରଗତି ସବୁଠାରୁ ଅଧିକ ହୋଇଛି ସେହି ସବୁ ରାଜ୍ୟ ମାନଙ୍କୁ ଉଚ୍ଚ ପ୍ରଗତିଶୀଳ ରାଜ୍ୟ ତାଳିକାରେ ଅର୍ନ୍ତଭୁକ୍ତ କରାଯାଇଥିବାବେଳେ ସାମାଜିକ ପ୍ରଗତିରେ ପଛୁଆ ଥିବା ରାଜ୍ୟ ମାନଙ୍କୁ ନିମ୍ନ ପ୍ରଗତିଶୀଳ ରାଜ୍ୟ ଭାବେ ତାଲିକାଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର