ନୂଆଦିଲ୍ଲୀ: ଓଡ଼ିଶାର କୌଣସି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳଖଉ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୦ଟି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ତାଲିକାରେ ସାମିଲ କରାଯାଇନଥିବା ଜଣାପଡ଼ିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବଜେଟ ଅଭିଭାଷଣରେ ଦେଶର ପ୍ରତିଷ୍ଠିତ ୧୦ଟି ପର୍ଯ୍ୟଟନସ୍ଥଳକୁ ଆଦର୍ଶ କୀର୍ତ୍ତିରାଜି ରୂପେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଯେଉଁ ୧୦ଟି ମହତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳର ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଦିଲ୍ଲୀର ଲାଲକିଲ୍ଲା, ଗୋଆର ମର୍ଜିମ୍ ବିଚ୍, ଆଗ୍ରାର ତାଜମହଲ, ଚେନ୍ନାଇର ମହାବଳୀପୁରମ, ମହାରାଷ୍ଟ୍ରର ଅଜନ୍ତା-ଏଲୋରା, ଗୁଜରାଟର ଧୌଳାବିରା, ମଧ୍ୟପ୍ରଦେଶର ଖଜୁରାଓ, ରାଜସ୍ଥାନର ଆମରକୋଟ, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ କର୍ଣ୍ଣାଟକର ହାମ୍ପି ସାମିଲ ହୋଇଛି। ଏଥିରେ ଓଡ଼ିଶାର କୌଣସି କୀର୍ତ୍ତିରାଜିକୁ ସାମିଲ କରାଯାଇନାହିଁ।
ଦେଶର ୧୦ଟି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳ ତାଲିକାରେ ଓଡ଼ିଶା ନାହିଁ
/sambad/media/post_attachments/wp-content/uploads/2018/02/golden-triangle-delhi-jaipur-agra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)