ବିବାହର ୧୦ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ନ ହେବାରୁ ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି

ମୈନ୍‌ପୁରୀ : ଉତ୍ତରପ୍ରଦେଶର ମୈନ୍‌ପୁରୀରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ବିବାହର ୧୦ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ଜନ୍ମ ନ ହେବାରୁ ଉଭୟ ସ୍ୱାମୀ-ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ଉଦ୍ୟମ ପରେ ଦୁଇ ଜଣଙ୍କୁ ଚିକିତ୍ସା  ଲାଗି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ସୂଚନା ମିଳିଛି । ଏ ନେଇ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ସୂଚନା ମୁତାବକ, ଦ୍ୱାରିକାପୁରରେ ରହୁଥିବା ସନ୍ଦିପ୍‌ କୁମାରଙ୍କ ବିବାହ ୧୦ବର୍ଷ ପୂର୍ବେ ସୀମାଙ୍କ ସହ ହୋଇଥିଲା ।

Oneindia Hindi

ବିବାହର କିଛି ବର୍ଷ ପରେ ସନ୍ତାନ ନ ହେବାରୁ ଉଭୟ ସ୍ୱାମୀ-ସ୍ତ୍ରୀ ଚିନ୍ତାରେ ରହିବାକୁ ଲାଗିଥିଲେ । ସନ୍ତାନ ପାଇଁ ପୂଜା ପାଠ କରାଇବା ସହ ଅନେକ ଚିକିତ୍ସା କରାଇ ମଧ୍ୟ ବିଫଳ ହୋଇଥିଲେ ଦମ୍ପତି । ୧୦ବର୍ଷ ପର୍ଯ୍ୟନ୍ତ ଅନେକ ଚେଷ୍ଟା କରି ବିଫଳ ହେବାରୁ ସନ୍ଦିପ୍‌ ଏବଂ ସୀମା ଆତ୍ମହତ୍ୟାକୁ ହିଁ ଉଚିତ୍‌ ରାସ୍ତା ବୋଲି ଭାବି ନେଇଥିଲେ ।

ସମ୍ବନ୍ଧିତ ଖବର